Categories: ଜାତୀୟ

ପାକିସ୍ତାନ କ୍ରିକେଟ ଦଳଙ୍କୁ କାହିଁକି କଲ ସ୍ବାଗତ, ସଞ୍ଜୟ ରାଉତ ଭାଜପାକୁ କଲେ ଟାର୍ଗେଟ…

ମୁମ୍ବାଇ,୧୪।୧୦ : ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳକୁ ଉତ୍ସାହର ସହ ସ୍ବାଗତ କରାଯିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶନିବାର ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶାସକ ଭାଜପାକୁ କଡ଼ା ସମାଲୋଚନା କରି କହିଛନ୍ତି ଏହା କେବଳ ଗୁଜରାଟରେ ହିଁ ଘଟିଥାଏ। ସେ କହିଛନ୍ତି ଯଦି ଏହା ଅନ୍ୟ କୌଣସି ରାଜ୍ୟରେ ହୋଇଥାନ୍ତା ତେବେ ଦଳ ହଙ୍ଗାମା ସୃଷ୍ଟି କରିଥାନ୍ତା।

ଭାଜପା ଆମକୁ ଶିକ୍ଷା ଦେବାକୁ ଚେଷ୍ଟା କରୁଛି କିନ୍ତୁ ଦଳ ନିଜର କର୍ତ୍ତବ୍ୟ ଭୁଲି ଯାଉଛି। ଶିବସେନା ପ୍ରତିଷ୍ଠାତା ବାଲ ସାହେବ ଠାକରେଙ୍କ ବିଷୟରେ ଉଲ୍ଲେଖ କରି ରାଉତ କହିଛନ୍ତି ସେ ପାକିସ୍ତାନ ଦଳକୁ ମହାରାଷ୍ଟ୍ରରେ ଖେଳିବା ବନ୍ଦ କରିଦେଇଥିଲେ। କାରଣ ସେତେବେଳେ ଆମର ସୈନିକ ଏବଂ କଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରାଯାଉଥିଲା। ବାଲ ଠାକରେଙ୍କ ନାମରେ ମହାରାଷ୍ଟ୍ରରେ ଭାଜପା ସରକାର ଗଠନ କରିଛି, କିନ୍ତୁ ତାଙ୍କ ଆଦର୍ଶକୁ ଅନୁସରଣ କରିନାହିଁ।

ରାଜନୈତିକ ଫାଇଦା ମିଳୁଥିବା ସମୟରେ ଭାଜପା ବାଲ ଠାକରେଙ୍କ ନାମ ନେଇଥାଏ। ପାକିସ୍ତାନ ସୀମା ଆତଙ୍କବାଦକୁ ପ୍ରୋତ୍ସାହିତ ନ କରିବା ପର୍ଯ୍ୟନ୍ତ କ୍ରିକେଟ ମ୍ୟାଚ ଆୟୋଜିତ ହୋଇପାରିବ ନାହିଁ ବୋଲି ବାଲ ଠାକରେଙ୍କ ଚିନ୍ତାଧାରା ଥିଲା । ମାତ୍ର ଏହାକୁ ଭାଜପା ଅଣଦେଖା
କରୁଛି।

Share