ସ୍ବପ୍ନରେ କାହିଁକି ଦେଖା ଦିଅନ୍ତି ପୂର୍ବପୁରୁଷ: ଜାଣନ୍ତୁ କେଉଁ ସ୍ବପ୍ନ ଦେଖିଲେ ମିଳିବ ସଫଳତା

ଶୋଇବା ଅବସ୍ଥାରେ ଦେଖାଯାଉଥିବା କେତେକ ଘଟଣାକୁ ସ୍ବପ୍ନ କୁହାଯାଏ। ମାତ୍ର ସ୍ବପ୍ନ ପ୍ରକୃତରେ ଶୋଇ ଥିବା ଅବସ୍ଥାରେ ଆସି ନ ଥାଏ। ଏହା ଶୋଇବା ଏବଂ ଜାଗ୍ରତର ମଝି ଅବସ୍ଥାରେ ଆସିଥାଏ। ସ୍ବପ୍ନ ପଛରେ ଖାଦ୍ୟ, ମାନସିକ ସ୍ଥିତି ଏବଂ ପରିବେଶର ଏକ ବିଶେଷ ପ୍ରଭାବ ରହିଛି। ବିଭିନ୍ନ ଲୋକଙ୍କ ସ୍ବପ୍ନ ଭିନ୍ନଭିନ୍ନ ହୋଇଥାଏ। କିଛି ଲୋକ ଏହି ସ୍ବପ୍ନର କିଛି ଅର୍ଥ ନାହିଁ ଏହା କେବଳ ମନର ଭ୍ରମ କହୁଥିବା ବେଳେ କେହି ଏହାକୁ ବିଶ୍ୱାସ କରିଥାନ୍ତି। ତେବେ ଜାଣନ୍ତୁ ସ୍ବପ୍ନ ସମ୍ପର୍କରେ….

କେଉଁ ଲୋକ ଅଧିକ ସ୍ବପ୍ନ ଦେଖନ୍ତି

ଦୁର୍ବଳ ମାନସିକ ସ୍ଥିତି ସହିତ, ଯେଉଁମାନଙ୍କର ଖାଦ୍ୟ ଆଚରଣ ଶୁଦ୍ଧ ନୁହେଁ, ସେମାନେ ପ୍ରାୟତଃ ଅଜବ ସ୍ବପ୍ନ ଦେଖନ୍ତି। କୌଣସି ପ୍ରକାରର ଚାପଥିଲେ ସ୍ବପ୍ନ ଆସିଥାଏ।

ମୃତ ଲୋକ କିମ୍ବା ପିତୃପୁରୁଷଙ୍କ କ’ଣ ସୂଚନା ଦେଇଥାଏ।

ସାଧାରଣତଃ ମୃତ ଲୋକ କିମ୍ବା ପିତୃପୁରୁଷଙ୍କ ସ୍ବପ୍ନ କିଛି ସୂଚାଇଥାଏ। ସେମାନେ ଦୁର୍ଘଟଣାରୁ ମଧ୍ୟ ରକ୍ଷା କରନ୍ତି। ବେଳେବେଳେ ସେମାନେ ଦୁର୍ଘଟଣାର ବିଷୟରେ ମଧ୍ୟ ସ୍ବପ୍ନରେ ଜଣାନ୍ତି। ଯେତେବେଳେ ଜଣେ ବ୍ୟକ୍ତି କାହାକୁ ବହୁତ ଭଲ ପାଏ, ତାଙ୍କ ମୃତ୍ୟୁ ପରେ, ତାଙ୍କ ବିଷୟରେ ଅଧିକ ଭାବିବା ହେତୁ ସେ ସ୍ବପ୍ନରେ ଆସନ୍ତି।

ବେଳେବେଳେ ଏହା ମଧ୍ୟ ଘଟେ ଯେ, ଏକ ଅଶାନ୍ତ ମୃତ ବ୍ୟକ୍ତିଙ୍କ ଆତ୍ମା ଏକ ସ୍ବପ୍ନ ମାଧ୍ୟମରେ ତାଙ୍କ ଇଚ୍ଛା ବିଷୟରେ ସୂଚନା ଦେଇଥାଏ । ତାଙ୍କରଇଚ୍ଛା ପୂରଣ ହେବା ମାତ୍ରେ ସ୍ବପ୍ନ ଦେଖିବା ବନ୍ଦ ହୋଇଯାଏ । ଏହିପରି ସ୍ବପ୍ନକୁ ଭୟ କରିବା ଉଚିତ ନୁହେଁ।

ପିତୃପୁରୁଷଙ୍କ ସ୍ବପ୍ନର ଅର୍ଥ କିପରି ବୁଝିବେ

-ଯଦି ଜଣେ ସ୍ବପ୍ନରେ ପୂର୍ବଜଙ୍କୁ ଦେଖେ, ତେବେ ନିଶ୍ଚିତ ଭାବରେ ସେ କିଛି କହିବାକୁ ଚାହାନ୍ତି,ତାହା ବୁଝିବାକୁ ଚେଷ୍ଟା କରିବା ଉଚିତ୍‌।

କେତେକ ସମୟରେ ଆୟୁଷ ପାଇଁ ଘରେ ସଙ୍କଟ ହୋଇପାରେ।
– ଭାଗ୍ୟ ଭଲ ନାହିଁ।

– ଯଦି ଜଣେ ପିତୃପୁରୁଷ ଆପଣଙ୍କୁ ସ୍ବପ୍ନରେ କିଛି ଦେଉଛନ୍ତି, ତେବେ ଆପଣ ଆଗାମୀ ସମୟରେ ଆପଣ ସଫଳତାର ନୂତନ ଉଚ୍ଚତାକୁ ସ୍ପର୍ଶ କରିବେ।

– ଯଦି ସ୍ବପ୍ନରେ ପିତୃପୁରୁଷଙ୍କ ସହିତ ଦୁର୍ଘଟଣା କିମ୍ବା ସ୍ବାସ୍ଥ୍ୟ ଖରାପ ସ୍ବପ୍ନ ଦେଖନ୍ତି। ତବେ ଆପଣଙ୍କ ଉପରେ ଆସୁଥିବା ସଙ୍କଟ ଦୂର ହୋଇଯିବ।