Advertisement

ଅପରେଶନ ଥିଏଟରରେ ଡାକ୍ତର କାହିଁକି ପିନ୍ଧିଥାନ୍ତି ସବୁଜ ରଙ୍ଗର ପୋଷାକ? ଜାଣି ନିଅନ୍ତୁ…

ଅପରେଶନ ସମୟରେ ଡାକ୍ତରମାନେ ପ୍ରାୟତଃ ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି। ହେଲେ ଏହା ପଛରେ କାରଣ କ’ଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ।

ରିପୋଟର୍‌ସ ମୁତାବକ ପ୍ରଥମେ ଅପରେଶନ ଥିଏଟରରେ ଡାକ୍ତର ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ। ହେଲେ ୧୯୦୦ ରେ ଜଣେ ଜଣାଶୁଣା ଡାକ୍ତର ଧଳା ରଙ୍ଗର କପଡ଼ାକୁ ସବୁଜ ରଙ୍ଗରେ ପରିବର୍ତ୍ତିତ କରିଥିଲେ।

କୁହାଯାଏ ରକ୍ତର ଲାଲ ରଙ୍ଗକୁ ଲଗାତାର ଦେଖିବା ପରେ ତୁରନ୍ତ ଧଳା ରଙ୍ଗ ପୋଷାକ ଦେଖିବା ସମୟରେ ଆଖି ଝଲସୀ ଉଠୁଥିଲା। ଏହି କାରଣରୁ ଡାକ୍ତର ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି।

ଅପରେଶନ ସମୟରେ ଯେତେବେଳେ ଡାକ୍ତରଙ୍କ ଦୃଷ୍ଟି ଅନ୍ୟ କର୍ମଚାରୀଙ୍କ ଉପରେ ପଡ଼ିଲେ ସବୁଜ ରଙ୍ଗ ଦେଖାଯାଇଥାଏ।ବିଶେଷଜ୍ଞ ମୁତାବକ ଏହି ରଙ୍ଗ ମନକୁ ଶାନ୍ତ କରିଥାଏ।

Share