କିଛି ସାମୁଦ୍ରିକ ଜୀବ ଅଛନ୍ତି, ଯେଉଁମାନେ ପାଣିରେ ଗୋଲାକାର ଭାବେ ପହଁରିଥାନ୍ତି। ସାଧାରଣତଃ ଏପରି ଗତିବିଧି ବଡ଼ ଜୀବ ଯେମିତିକି ଶାର୍କ, ହ୍ବିଲ୍ ଏପରିକି କଇଁଛଙ୍କଠାରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ।
ୟୁନିଭରସିଟି ଅଫ୍ ଟୋକିଓର ବୈଜ୍ଞାନିକମାନେ ସାମୁଦ୍ରିକ ଜୀବମାନଙ୍କ ଉପରେ ଏକ ଗବେଷଣା କରିଥିଲେ। ଶାର୍କ ସବୁବେଳେ ନିଜର ଶିକାର ଖୋଜୁଥାଏ। ତେଣୁ ସେ ଏମିତି ଗୋଲାକାର ଭାବେ ପହଁରିଥାଏ। ଫଳରେ ଶିକାର କରିବା ତାକୁ ସହଜ ହୋଇଥାଏ। ସେହିପରି କଇଁଛ ଏମିତି ଗୋଲାକାର ଭାବେ ବୁଲି ନିଜର ଘର ସନ୍ଧାନ କରିଥାଏ। ସେହିପରି ଆଉ କିଛି ସାମୁଦ୍ରିକ ଜୀବ ନିଜର ଖାଦ୍ୟ ଅନ୍ବେଷଣ ସମୟରେ ଏପରି ଗୋଲାକାର ଭାବରେ ବୁଲିଥାନ୍ତି। ସେମାନଙ୍କୁ ଖାଦ୍ୟ ମିଳିବା ସହଜ ହୋଇଥାଏ।