ଚାଇନାରେ ଭୂକମ୍ପ ହେଲେ କାହିଁକି ଅଧିକ ଲୋକଙ୍କର ମୃତ୍ୟୁ ଘଟେ, କାରଣ କ’ଣ…

ବେଜିଂ,୧୯।୧୨ : ଚାଇନାର ଉତ୍ତର-ପଶ୍ଚିମାଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି। ଏଥିରେ ୧୧୧ ଲୋକଙ୍କ ଜୀବନ ଯାଇଛି। ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଚାରିଆଡେ ଭଙ୍ଗାରୁଜା ଆବର୍ଜନା ପାଲଟିଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି। ପ୍ରଥମେ ଗାନସୁ ପ୍ରଦେଶରେ ଏକ ଭୂକମ୍ପ ଘଟିଥିଲା। କିଛି ଘଣ୍ଟା ପରେ ପଡୋଶୀ ସହର ଜିନଜିଆଙ୍ଗରେ ମଧ୍ୟ ଏକ ଭୂକମ୍ପ ହୋଇଥିଲା। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ  ଏବଂ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକ ଥର ଚାଇନାରେ ଭୂକମ୍ପ ଘଟିଛି। କିନ୍ତୁ  ଚାଇନାରେ ଭୂକମ୍ପ କାହିଁକି ଏତେ ଧ୍ୱଂସ ଘଟାଏ ସେ ବିଷୟରେ ଭୂକମ୍ପ ବିଶେଷଜ୍ଞମାନେ କ’ଣ କୁହନ୍ତି?

ଗାନସୁ ତିବ୍ଦତୀୟ ଓ ଲୋସ ମାଳଭୂମି ମଧ୍ୟରେ ଅବସ୍ଥିତ ଏବଂ ଏହା ମଙ୍ଗୋଲିଆର ସୀମାକୁ ଲାଗିଛି। ଚାଇନା ପୃଥିବୀର ଅଧିକ ଟେକ୍ଟୋନିକ ପ୍ଲେଟ ଅଞ୍ଚଳରେ ରହିଛି। ବିଶେଷ ଭାବେ ୟୁରାସିଆନ, ଭାରତୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ପ୍ଲେଟ ଧକ୍କା ହୋଇ ଚାଇନାରେ ଭୂକମ୍ପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଚାଇନାରେ ଭୂକମ୍ପ ହେବାର ଅନେକ କାରଣ ଅଛି, ଯେପରି ଚାଇନାର ଅଧିକାଂଶ ଅଞ୍ଚଳ ପାହାଡ଼ିଆ। ଯେଉଁଠାରେ ଖରାପ ପରିବହନ ବ୍ୟବସ୍ଥା ଏବଂ ନିମ୍ନ ମାନର ଅଟ୍ଟାଳିକା ନିର୍ମାଣ କରାଯାଇଛି । ନିର୍ମାଣରେ ବିଲଡିଂ କୋଡ ଉଲ୍ଲଂଘନ କରାଯାଇଛି । ୨୦୦୮ ମସିହାରେ ହୋଇଥିବା ଭୂକମ୍ପ ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ବିପର୍ଯ୍ୟୟ ଘଟାଇଥିଲା। ତାହା ନିର୍ମାଣ କୋଡ ଉଲ୍ଲଂଘନ ଯୋଗୁ ଘଟିଥିଲା। ଯଦିଓ ନିର୍ମାଣ କୋଡ ଉଲ୍ଲଂଘନ ଚାଇନାରେ ଏକ ଆଇନଗତ ଅପରାଧ ଅଟେ।

୧୫୫୬ ମସିହାରେ ଚାଇନାରେ ପୃଥିବୀର ସବୁଠାରୁ ବିନାଶକାରୀ ଭୂକମ୍ପ ଘଟିଥିଲା। ଏହି କାରଣରୁ ଉତ୍ତର ଶାନସି ପ୍ରଦେଶରେ ୮ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଗାନସୁ ଅଞ୍ଚଳ ଭୂକମ୍ପ ପ୍ରତି ସମ୍ବେଦନଶୀଳ। ୧୯୨୦ ରେ ଏହି ପ୍ରଦେଶରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୨ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୨୭ ମସିହାରେ, ଏହି ସହରରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଯୋଗୁଁ ୪୧ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଗତ ବର୍ଷ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ସିଚୁଆନ ସହରରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୬୦ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏପ୍ରିଲ୨୦୧୦ ରେ, କିଙ୍ଗହାଇର ତିବ୍ଦତୀୟ ଅଞ୍ଚଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୨୭୦୦ଲୋକଙ୍କ ମୃତ୍ୟୁ ହୋଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କଠାରୁ ଦୂରେଇ ରୁହନ୍ତୁ, କେବେବି ଆରମ୍ଭ କରିପାରନ୍ତି ବିଶ୍ୱଯୁଦ୍ଧ, କିଏ ଦେଲେ ଏମିତି ଭବିଷ୍ୟବାଣୀ ଜାଣନ୍ତୁ…

ଲଣ୍ଡନ,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରୟାସ ଚାଲିଛି। ଆମେରିକା ଏହି ଯୁଦ୍ଧକୁ ଶେଷ କରିବାକୁ ଚେଷ୍ଟା କରୁଛି। କିନ୍ତୁ...

ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ସମ୍ପର୍କ ନିଶ୍ଚିତ କଲେ ଟାଇଗର ଉଡ୍ସ, ଆଗରୁ ୧୨୦ ଜଣ ମହିଳାଙ୍କ ସହିତ…

ନୂଆଦିଲ୍ଲୀ,୨୪।୩: ଟାଇଗର ଉଡ୍ସ ରବିବାର ସୋସିଆଲ ମିଡିଆରେ ଏକ ସଂକ୍ଷିପ୍ତ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ତାଙ୍କର ପ୍ରେମକୁ ନିଶ୍ଚିତ କରିବାର ଅସାଧାରଣ...

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ...

Canada Elections: ନୂଆ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଏପ୍ରିଲରେ ହେବ ଭୋଟିଂ

ଓଟାଓ୍ବା,୨୪।୩: କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସାଧାରଣ ନିର୍ବାଚନ ଘୋଷଣା କରିଛନ୍ତି। ଏବେ କାନାଡାରେ ୨୮ ଏପ୍ରିଲରେ ଭୋଟ ଗ୍ରହଣ କରାଯିବ। ଏହାର ଅର୍ଥ...

ପୁଟିନ୍‌ଙ୍କ ରାସ୍ତାରେ ଏର୍ଡୋଗାନ୍‌

ଇସ୍ତାନବୁଲ,୨୪ା୩: ତୁର୍କୀରେ ଗତ ରାଷ୍ଟ୍ରପତି ନିର୍ବାଚନ ୨୦୨୩ ମେ’ ୧୪ରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ନିର୍ବାଚନ ୨୦୨୮ ମେ’ ୭ରେ ହେବାକୁ ଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି...

ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ

ଓ୍ବାଶିଂଟନ,୨୩ା୩: ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଗତ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଆଟର୍ନି ପଦ ଛାଡ଼ିଥିବା ଜେସିକା ଆବେରଙ୍କ ମୃତଦେହ...

ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌: ୫୦ ହଜାର ଟପିଲା ମୃତ୍ୟୁସଂଖ୍ୟା

ଦେଇର୍‌-ଅଲ୍‌ ବଲାହ,୨୩ା୩: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image