Advertisement

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ କଥାବାର୍ତ୍ତା କରିପାରନ୍ତି ନାହିଁ। ବୈଜ୍ଞାନିକଙ୍କ ମତରେ ପୃଥିବୀପୃଷ୍ଠରେ ବାୟୁମଣ୍ଡଳ ଥିବା ଯୋଗୁ ମଣିଷ ଅନ୍ୟର କଥା ଶୁଣିପାରେ। ବାୟୁ ଯୋଗୁ ଜଣଙ୍କ ମୁହଁରୁ ବାହାରିଥିବା କଥା ଅନ୍ୟ ବ୍ୟକ୍ତିର କାନରେ ପହଞ୍ଚେ। ଧ୍ୱନୀର ତରଙ୍ଗ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ, ଏହାକୁ ମାଧ୍ୟମ କୁହାଯାଏ। ଏହା କାନରେ ପହଞ୍ଚିବା ପରେ କମ୍ପନ ସୃଷ୍ଟି ହୋଇଥାଏ। ଯେଉଁ କମ୍ପନକୁ ଆମେ ଶୁଣିପାରେ ତାକୁ ଧ୍ୱନୀ କୁହାଯାଏ।

ତେବେ ଜଣେ ଅନ୍ୟଜଣଙ୍କର କଥା ଶୁଣିବା ଲାଗି ବାୟୁ ଭଳି ମାଧ୍ୟମର ଆବଶ୍ୟକତା ରହିଛି। ହେଲେ ଚନ୍ଦ୍ରପୃଷ୍ଠରେ ଗ୍ୟାସ ନାହିଁ କିମ୍ବା ବାୟୁ ମଧ୍ୟ ନାହିଁ। ଏଣୁ ଏଠାରେ ଧ୍ୱନୀର ତରଙ୍ଗକୁ ମାଧ୍ୟମ ମିଳେନାହିଁ। ଏହି କାରଣରୁ ଚନ୍ଦ୍ରପୃଷ୍ଠରେ କେହି କାହାକଥା ଶୁଣିପାରନ୍ତି ନାହିଁ। ମୋଟାମୋଟି କହିଲେ ମହାକାଶଚାରୀମାନେ ସେଠାରେ ମୁକ ଏବଂ କାଲ ପାଲଟିଯାଇଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share