Categories: ଫୁରସତ

କାହିଁକି ପ୍ରେମରେ ପଡ଼େ ମଣିଷ, ବୈଜ୍ଞାନିକମାନେ କୁହନ୍ତି ଏହି ୩ କାରଣ

ଫେବୃୟାରୀ ମାସ ଆସିଲେ ସାରା ବିଶ୍ୱରେ ପ୍ରେମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ। କାରଣ ଏହି ମାସ ହେଉଛି ପ୍ରେମର ମାସ। ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ବା ସ୍ବତନ୍ତ୍ର ମାସ। ପ୍ରେମକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଗବେଷଣା କରିଛନ୍ତି। ସେମାନେ ପ୍ରେମକୁ ନେଇ ୩ଟି ମୁଖ୍ୟ କାରଣ ସମ୍ପର୍କରେ କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ପ୍ରେମରେ ପଡ଼ିବା ପାଇଁ ୩ ରସାୟନର ଭୂମିକା:


ବୈଜ୍ଞାନିକଙ୍କ ମତରେ ପ୍ରେମରେ ପଡ଼ିବା ପାଇଁ ନୋରାଡ୍ରେଲାଇନ୍‌, ଡୋପାମାଇନ ଏବଂ ଫିନାଇଲଇଥାଲାମାଇନର ଭୂମିକା ରହିଛି। ଯାହାକି ମନରେ ପ୍ରେମ ପ୍ରତି ଭାବକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ। ନୋରାଡ୍ରେଲାଇନ ରସାୟନ ପ୍ରକ୍ରିୟା ଆରମ୍ଭ ହେଲେ ଏହା ଭାବକୁ ସୂଚାଇଥାଏ। ଏହି କାରଣରୁ ହୃଦୟରେ ସ୍ପନ୍ଦନ ତୀବ୍ର ହୁଏ। ଫଳରେ ଝାଳ ବାହାରିଥାଏ। ଯାହା ପ୍ରେମର ଲକ୍ଷଣକୁ ସୂଚାଏ। ଏହା ପରେ ଡୋପାମାଇନ ସୃଷ୍ଟି ହୁଏ। ଯାହା ବ୍ୟକ୍ତି ଏହାକୁ ଅନୁଭବ କରିଥାଏ। ଫିନାଇଲଇଥାଇଲାମାଇନ ରସାୟନ ପ୍ରକ୍ରିୟାରେ ମଣିଷଠାରେ ଅଜବ ଅନୁଭବ ମିଳିଥାଏ। ଯାହା ପୁରୁଷଙ୍କଠାରେ ଟେଷ୍ଟୋଷ୍ଟେରୋନା ଏବଂ ମହିଳାଙ୍କଠାରେ ଓଷ୍ଟ୍ରୋଜନ ସ୍ତର ସଂଚାଳିତ କରିଥାଏ। ଯାହା ମଣିଷଠାରେ ଭାବ ଜାଗ୍ରତ କରିଥାଏ। ଏହାର ଶେଷ ପର୍ଯ୍ୟାୟରେ ମଣିଷ ପ୍ରେମରେ ପଡ଼ିଥାଏ। ଜଣେ ବ୍ୟକ୍ତି ପ୍ରେମରେ ପଡ଼ିଲେ ଝାଳ ବୋହିବା, ହୃଦ୍‌ସ୍ପନ୍ଦନ ବଢ଼ିବା, ଲାଜରେ ଗାଲ ଲାଲ ହେବା ଆଦି ଲକ୍ଷଣ ଦେଖାଯାଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Share