Categories: ଫୁରସତ

କାହିଁକି ସ୍ବାମୀଙ୍କ ପଦସେବା କରନ୍ତି ସ୍ତ୍ରୀ, କ’ଣ ରହିଛି ଧାର୍ମିକ କାରଣ…

ହିନ୍ଦୁ ଧର୍ମରେ ରୀତିନୀତିର ଅଧିକ ସ୍ବୀକୃତି ରହିଛି। ସେହି ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ସ୍ତ୍ରୀ ସ୍ବାମୀଙ୍କ ପଦସେବା କରନ୍ତି। କିନ୍ତୁ ଏହା କାହିଁକି କରାଯାଏ? ଏହା ପଛର କାରଣ କ’ଣ? ଦେବୀ ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁଙ୍କ ପାଦତଳେ ବସି ତାଙ୍କ ପଦସେବା କରିଥାନ୍ତି।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶନି ଦେବ ସ୍ବାମୀଙ୍କ ପାଦରେ ଆଣ୍ଠୁରୁ ଆଙ୍ଗୁଠି ପର୍ଯ୍ୟନ୍ତ ଏବଂ ଶୁକ୍ର ଦେବ ସ୍ତ୍ରୀଙ୍କ ହାତର ଆଙ୍ଗୁଳି ପର୍ଯ୍ୟନ୍ତ ରୁହନ୍ତି। ବିଶ୍ୱାସ କରାଯାଏ ଯେତେବେଳେ ଶୁକ୍ର ଏବଂ ଶନି ଏକାଠି ହୁଅନ୍ତି କିମ୍ବା ଶନିଙ୍କ ଉପରେ ଶୁକ୍ରଙ୍କର ପ୍ରଭାବ ପଡ଼େ, ସେତେବେଳେ ଧନ ବର୍ଷା ହୁଏ। ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପଦସେବା କରନ୍ତି ତେଣୁ ତାଙ୍କୁ ଧନର ଦେବୀ କୁହାଯାଏ ।

ଯେଉଁ ସ୍ତ୍ରୀ ସ୍ବମୀଙ୍କ ପଦସେବା କରନ୍ତି ସେ ଜୀବନରେ ଖୁସି ରୁହନ୍ତି ବୋଲି ହିନ୍ଦୁଙ୍କ ମଧ୍ୟରେ ଧାର୍ମିକ ବିଶ୍ୱାସ ରହିଛି। ଏହା ଦ୍ୱାରା ସ୍ବାମୀଙ୍କ ପକେଟ କେବେ ଖାଲି ହୋଇ ନ ଥାଏ । ଘରେ କିଛି ଅଭାବ ରୁହେ ନାହିଁ।

 

Share