ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…
ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରନ୍ତି। କିଛି ଲୋକ ପ୍ରତିଦିନ ଜିମ୍‌ ବି ଯାଇଥାନ୍ତି। ଆଉ କିଛି ଲୋକ ପାର୍କରେ ଦୌଡ଼ୁଥିବା କିମ୍ବା ବ୍ୟାୟାମ କରୁଥିବାର ଦେଖାଯାଉଛି। କିନ୍ତୁ ଆପଣ କ’ଣ ଜାଣନ୍ତି କି ବ୍ୟାୟାମ କିମ୍ବା ଦୌଡ଼ି ନ କରି ମଧ୍ୟ ଓଜନ ଶୀଘ୍ର ହ୍ରାସ କରାଯାଇପାରିବ? ଏଥିରେ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ ନାହିଁ। ଏହି ପଦ୍ଧତି ହେଉଛି ଶିଡ଼ି ଚଢ଼ିବା। କେବଳ ଶିଡ଼ି ବ୍ୟବହାର କରି, ଆପଣ କେବଳ ଶୀଘ୍ର ଚର୍ବି କମାଇବେ ନାହିଁ, ବରଂ ଆପଣଙ୍କ ହାର୍ଟ ମସ୍ତିଷ୍କ, ହାଡ଼ ଏବଂ ମାଂସପେଶୀକୁ ମଧ୍ୟ ଶକ୍ତିଶାଳୀ କରିପାରିବେ। ଜାଣନ୍ତୁ ଶିଡ଼ି ଚଢ଼ିବା କାହିଁକି ଏତେ ପ୍ରଭାବଶାଳୀ…

ଶିଡ଼ି ଚଢ଼ିବା ଦ୍ୱାରା ଅଧିକ କ୍ୟାଲୋରୀ ନଷ୍ଟ ହୁଏ
ଶିଡ଼ି ଚଢ଼ିବା ହେଉଛି ଏକ ଭଲ ବ୍ୟାୟାମ। ଶରୀରର ଅନେକ ମାଂସପେଶୀ ଏକକାଳୀନ କାର୍ଯ୍ୟ କରନ୍ତି। ଯେତେବେଳେ ଆପଣ ଶିଡ଼ି ଚଢ଼ନ୍ତି, ଆପଣଙ୍କ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ, ଯାହା କ୍ୟାଲୋରୀକୁ ଶୀଘ୍ର ନଷ୍ଟ କରେ। ଗବେଷଣା ଅନୁଯାୟୀ, ୧୦ ମିନିଟ୍‌ ପାଇଁ ଶିଡ଼ି ଚଢ଼ିବା ଦ୍ୱାରା ୧୦୦ରୁ ୧୫୦ କ୍ୟାଲୋରୀ ନଷ୍ଟ ହୋଇପାରେ, ଯାହା ଚାଲିବା କିମ୍ବା ଜଗିଂ ଅପେକ୍ଷା ବହୁତ ଅଧିକ।

ପ୍ରଥମେ ଏପରି ୫-୧୦ ମିନିଟ୍‌ ପାଇଁ କରନ୍ତୁ ଏବଂ ତା’ପରେ ଧୀରେ ଧୀରେ ସମୟ ବଢ଼ାନ୍ତୁ।

ଯେତେ ଦ୍ରୁତ ଗତିରେ ଚଢ଼ିବେ, ସେତେ ଅଧିକ କ୍ୟାଲୋରି ଖସିବ। ଗୋଟିଏ ଶିଡ଼ି ଚଢ଼ିବା ଦାରା ମାଂସପେଶୀ ଉପରେ ଅଧିକ ଚାପ ପଡ଼େ ଏବଂ ଚର୍ବି କମିଥାଏ।

ଯଥାସମ୍ଭବ କମ୍‌ ହାତ ଲଗାଇ ରେଲିଂ ବ୍ୟବହାର କରନ୍ତୁ। ଏହା ଶରୀରର ଓଜନ ସନ୍ତୁଳନ ବଜାୟ ରଖିବ ଏବଂ ମାଂସପେଶୀ ଉପରେ ଅଧିକ ପ୍ରଭାବ ପକାଇବ।

ଅଫିସ, ଘର କିମ୍ବା ମଲ୍‌ରେ ଲିଫ୍ଟ ବଦଳରେ ଶିଡ଼ି ବ୍ୟବହାର କରନ୍ତୁ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟରଲ ନିୟନ୍ତ୍ରଣ କରେ କଦଳୀ

ଏବେ ସବୁ ରୋଗର କାରଣ ପାଲଟିଛି ଅନିୟମିତ ଜୀବନଶୈଳି। ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର...

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image