କାହିଁକି ହୁଏ ପ୍ରେମ, କ‘ଣ ରହିଛି ବୈଜ୍ଞାନିକ କାରଣ

ବେଳେବେଳେ ହଠାତ୍‌ କାହା ସହ ଆଖିରେ ଆଖି ମିଶିଗଲେ ହୃଦସ୍ପନ୍ଦନ ବଢିଯାଏ। ଦିନ ରାତି ସବୁ ସମୟରେ ସେଇ ମଣିଷଟିର ମୁହଁ ଆଖି ଆଗରେ ନାଚି ଉଠେ। ତା’ କଥା ଭାବିଲେ ମନ ଖୁସିରେ ଭରିଯାଏ। ଭୋକ ଶୋଷ ମରିଯାଏ। କୁହାଯାଏ ଏ ହେଉଛି ପ୍ରେମରେ ପଡ଼ିବାର ଲକ୍ଷଣ। ହେଲେ କେବେ ଭାବିଛନ୍ତି କି ମଣିଷ ଭିତରେ ସୃଷ୍ଟି ହେଉଥିବା ଏ ସବୁ ଭାବ କାହିଁକି ଉତ୍ପନ୍ନ ହୁଏ? ଏହାପଛରେ କ’ଣ ରହିଛି ବୈଜ୍ଞାନିକ କାରଣ? ଜାଣିବା ସେ ସମ୍ପର୍କରେ…

ବୈଜ୍ଞାନିକମାନେ ପ୍ରେମରେ ପଡ଼ିବାକୁ ମନୋବିଜ୍ଞାନ ଓ ଶରୀର ବିଜ୍ଞାନ ମାଧ୍ୟମରେ ବିଶ୍ଳେଷଣ କରିଛନ୍ତି। ଏଥିରେ ସେମାନେ ସମୟ ସହ ହେଉଥିବା ପରିବର୍ତ୍ତନକୁ ବି ସାମିଲ କରିଛନ୍ତି। ପ୍ରେମର ଆରମ୍ଭ ସମ୍ପର୍କରେ ବୈଜ୍ଞାନିକ କୁହନ୍ତି ଯେ, ଏଥିପାଇଁ ତିନୋଟି ରାସାୟନର ମୁଖ୍ୟ ଭୂମିକା ଥାଏ। ତାହା ହେଉଛି ନୋରାଡ୍ରେନାଲାଇନ୍‌, ଡୋପାମାଇନ ଓ ଫେନାଇଲିଥାଇଲାମାଇନ। ଏହି ତିନି ରସାୟନ ମସ୍ତିସ୍କରେ ପ୍ରେମର ଭାବକୁ ସକ୍ରିୟ କରିଥାଏ।
ନୋରାଡ୍ରେନାଲାଇନ୍‌ର କାମ ହେଛି ପ୍ରାରମ୍ଭିକ ଭାବକୁ ଆରମ୍ଭ କରିବା। ଏହାଦ୍ୱାରା ଆଡ୍ରେନାଲାଇନ୍‌ ତିଆରି ହୋଇଥାଏ। ଫଳରେ ହୃଦସ୍ପନ୍ଦନ ବଢିବା, ସାରା ଶରୀରରେ ଶିହରଣ ଖେଳିଯିବା ଓ ହାତରେ ଝାଳ ବାହାରିବା ଭଳି ଲକ୍ଷଣ ଦେଖିବାକୁ ମିଳେ। ଏହାପରେ ଦ୍ୱିତୀୟ ରସାୟନ ଡୋପାମାଇନ୍‌ ତିଆରି ହୁଏ। ଫଳରେ ବ୍ୟକ୍ତିଙ୍କୁ ସବୁକିଛି ଭଲ ଓ ଖୁସି ଖୁସି ଅନୁଭବ ହୁଏ। ତୃତୀୟ ସ୍ଥିତି ସେତେବେଳେ ଆସେ ଯେବେ ଫେନାଇଲଇଥାଥଲାମାଇନ ରିଲିଜ ହୁଏ। ସେତେବେଳେ ବ୍ୟକ୍ତିଙ୍କୁ ଅଜବ ଅନୁଭବ ହୁଏ।
ଏହାବାଦ ବୈଜ୍ଞାନିକମାନେ ପ୍ରେମ ହେବାର ସ୍ଥିତିକୁ ତିନୋଟି ଚରଣରେ ବାଣ୍ଟିଛନ୍ତି। ପ୍ରଥମ ଚରଣ ହେଉଛି ଆସକ୍ତି, ଯାହାକୁ ଇଂରାଜୀରେ ଲଷ୍ଟ କୁହାଯାଏ। ଏହା ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ ଓ ମହିଳାଙ୍କ ଓଷ୍ଟ୍ରୋଜନ ସ୍ତର ଦ୍ୱାରା ସଞ୍ଚାଳିତ ହୋଇଥାଏ। ଦ୍ୱିତୀୟ ହେଉଛି ଆକର୍ଷଣ, ଯାହାକି ଠିକ ସେହିଭଳି ଭାବ ଉତ୍ପନ୍ନ କରିଥାଏ, ଯେମିତିକି କୌଣସି ନିଶା କରୁଥିବା ବ୍ୟକ୍ତି ମଦ କିମ୍ବା ଡ୍ରଗ୍ସର ଅଭ୍ୟାସରେ ଅନୁଭବ କରନ୍ତି। ଅନ୍ତିମ ଚରଣ ହେଉଛି ଆଟାଚମେଣ୍ଟ ବା ଆସକ୍ତି। ଏ ହେଉଛି ସେହି ସମୟ ଯେବେ ବ୍ୟକ୍ତି ନିଜ ମନର ମଣିଷ ସହ ନିକଟତର ହୁଅନ୍ତି ଓ ତା’ ସହ ମିଶି ଭବିଷ୍ୟତ ପାଇଁ ଯୋଜନା କରନ୍ତି।
ଆମେରିକାର ପ୍ରସିଦ୍ଧ ନୃତତ୍ତ୍ୱବିତ ଡା. ହେଲନ ଫିଶର ମଧ୍ୟ ପ୍ରେମର ଏହି ତିନି ସ୍ଥିତିର ବ୍ୟାଖ୍ୟା କରିଛନ୍ତି। ଡା. ଫିଶରଙ୍କ ଅନୁଯାୟୀ ଆସକ୍ତି ସ୍ଥିତିରେ ଶରୀରରେ ଟେଷ୍ଟୋଷ୍ଟେରୋନ ଅବା ଓଷ୍ଟ୍ରୋଜନ ସ୍ତର ବଢିବା ପୃଥିବୀର ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଭଳି ହୋଇଥାଏ।
ଦ୍ୱିତୀୟ ସ୍ଥିତିରେ ବ୍ୟକ୍ତିଙ୍କ ଭିତରେ ବହୁତ ଖୁସିର ଭାବ ଉତ୍ପନ୍ନ ହୋଇଥାଏ ଓ ମସ୍ତିସ୍କରେ ଅନେକ ରସାୟନ ସୃଷ୍ଟି ହୁଏ। ଯେଉଁଥିରେ ଡୋପାମାଇନ ଖୁସିର ଅନୁଭବ କରାଏ, ଏଡ୍ରେନାଲାଇନ ‘ଲଢ ଅବା ବଞ୍ଚ’ର ଭାବ ଉତ୍ପନ୍ନ କରେ ଓ ନୋରେପାଇନଫ୍ରାଇନ ମଣିଷ ଭିତରେ ପ୍ରେମର ଭାବକୁ ନିଶା ଭଳି କରିଥାଏ। ଏହାବାଦ ଆଡ୍ରେନାଲାଇନ୍‌ ଖାସ୍‌କରି ଗାଲକୁ ଲାଜରେ ଲାଲ କରିବା, ହାତରେ ଝାଳ ବାହାରିବା ଓ ହୃଦସ୍ପନ୍ଦନ ବୃଦ୍ଧି କରାଇବାର କାମ କରିଥାଏ। ଏହି ଅନଭୂତି ସାଧାରଣତଃ ପ୍ରଥମ ଥର କାହାକୁ ଦେଖି ପ୍ରେମରେ ପଡ଼ିଲେ ଅନୁଭବ ହୁଏ। ତୃତୀୟ ଅବସ୍ଥା ବା ଆଟାଚମେଣ୍ଟରେ ଡୋପାମାଇନ ଓ ନୋରେପାଇନଫ୍ରାଇନର ସ୍ଥାନ ଅକ୍ସିଟୋସିନ ନେଇଥାଏ। ଏହି ସବୁ ହରମୋନ ବାଦ ମଧ୍ୟ ଅନ୍ୟ ବହୁତ କାରକ ଥାଆନ୍ତି ଯାହା ନିର୍ଦ୍ଧାରିତ କରିଥାନ୍ତି ଯେ, ବ୍ୟକ୍ତିଙ୍କୁ କାହା ସହ ପ୍ରେମ ହେବ ଓ ସେ ଅନୁଭୂତି କେମିତି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ...

କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ, ସପ୍ତାହକ ମଧ୍ୟରେ…

ଆଜିକାଲି ଅଧିକାଂଶ ଲୋକ କେଶ ଝଡ଼ିବା ସମସ୍ୟାରେ ପୀଡ଼ିତ। ଏଥିପାଇଁ ଅନେକ କାରଣ ଦାୟୀ ହୋଇପାରେ। ତଥାପି ବିଶେଷଜ୍ଞମାନେ ସ୍ବାସ୍ଥ୍ୟକର ଖାଦ୍ୟପେୟ, ସ୍ବାସ୍ଥ୍ୟକର ଜୀବନଶୈଳୀ, ବ୍ୟସ୍ତବହୁଳ...

ବାସି ମୁହଁରେ ପାଣି ପିଇଲେ ମିଳିଥାଏ ଏହି ୪ ବଡ଼ ଲାଭ, ପ୍ରଭାବ ଜାଣିଲେ…

ସକାଳର ଏମିତି କିଛି ଅଭ୍ୟାସ, ଅନେକ ଦିଗରେ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ଯଦି ଖାଦ୍ୟ ଠିକ୍‌ ଥାଏ, ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ; କିନ୍ତୁ ଯଦି ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ୫ ଚଟଣି, ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ

ଆମ ଭାରତୀୟ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ...

ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …

କିଛି ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ...

ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image