କାହିଁକି ସର୍ବଦା ବ୍ରେସ୍‌ଲେଟ୍‌ ପିନ୍ଧନ୍ତି ସଲମାନ

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ ସର୍ବଦା ହାତରେ ଏକ ବ୍ରେସଲେଟ୍‌ ପିନ୍ଧିଥାନ୍ତି। ଏବେ ସେ ପିନ୍ଧୁଥିବା ବ୍ରେସ୍‌ଲେଟ୍‌ ଯୁବପିଢିଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ପାଲଟିଲାଣି। ସଲ୍ଲୁ ବ୍ରେସଲେଟ ପିନ୍ଧିବା ପଛରେ ଏକ କାହାଣୀ ରହିଛି। ଥରେ ଏକ ସାକ୍ଷାତକାରରେ ସଲମାନ କହିଥିଲେ, ମୋ ବାପା ଏହି ବ୍ରେସଲେଟ୍‌କୁ ସର୍ବଦା ପିନ୍ଧୁଥିଲେ। ମୁଁ ତାଙ୍କ ବ୍ରେସ୍‌ଲେଟ୍‌ରେ ଖେଳୁଥିଲି। ଯେବେ ମୁଁ ବଲିଉଡ୍‌କୁ ଆସିଲି ସେବେଠାରୁ ଫିରୋଜା ପଥର ଥିବା ବ୍ରେସ୍‌ଲେଟ୍‌ ପିନ୍ଧିବା ଆରମ୍ଭ କଲି। ଏହାକୁ ପିନ୍ଧିଲେ କୌଣସି ନକାରତ୍ମକ ଚିନ୍ତାଧାରା ମନକୁ ଆସେ ନାହିଁ ବୋଲି କହନ୍ତି ସଲ୍ଲୁ।
ଗତ ମାସରେ, ସଲମାନ ତାଙ୍କ ୫୬ତମ ଜନ୍ମଦିନ ପାନଭେଲ ଫାର୍ମହାଉସରେ ପାଳନ କରିଥିଲେ। ଜନ୍ମଦିନର ଠିକ ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସାପ କାମୁଡ଼ି ଦେଇଥିଲା।

Share