ମୁମ୍ବାଇ: କରଣ ଜୋହରଙ୍କ ବହୁ ବିବାଦୀୟ ଟକ ସୋ ‘କଫି ଓ୍ବିଥ କରଣ’ର ସିଜିନ ୮ ଆରମ୍ଭ ହୋଇଛି। ପ୍ରଥମ ଏପିସୋଡରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଯୋଡି ଧମାଲ କରିଥିବାବେଳେ ସୋ’ର ଦ୍ୱିତୀୟ ଏପିସୋଡରେ ଦଓ୍ବେଲ ଭାଇ ଯଥା ସନି ଦଓ୍ବେଲ ଏବଂ ବବି ଦଓ୍ବେଲ ଏକ ଧମାକା କରିବେ। ଏହି ଶୋ’ରେ ସନ୍ନି ତାଙ୍କ ଭାଇ ବବିଙ୍କ ସହ ତାଙ୍କର ସମୀକରଣ, ‘ଗଦର ୨’ର ବ୍ଲକବଷ୍ଟର ସଫଳତା ଏବଂ ରାଜକୁମାର ସାନ୍ତୋଷିଙ୍କ ସହ ପ୍ୟାଚ ଅପ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିବେ।
ଏହାପୂର୍ବରୁ କରଣ ଜୋହରଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦଓ୍ବେଲ ଭାଇମାନେ କରଣଙ୍କ ସହ ଡେବ୍ୟୁ କରିଥିଲେ।
ସେହି ଏପିସୋଡରେ ସନ୍ନି ପ୍ରକାଶ କରିଥିଲେ ଯେ ସେ କାହିଁକି ବଲିଉଡ ପାର୍ଟିରୁ ଦୂରେଇ ରୁହନ୍ତି। ଏହା ସହିତ ସନ୍ନି ତାଙ୍କ ପତ୍ନୀ ପୂଜା ଦଓ୍ବେଲଙ୍କ ଲାଇମଲାଇଟ ଠାରୁ ଦୂରରେ ରହିବାର କାରଣ ମଧ୍ୟ କହିଥିଲେ। ସନ୍ନି କରଣ ଜୋହରଙ୍କ ଶୋ’ରେ କହିଥିଲେ, ମୁଁ ପିଉନାହିଁ। ମୁଁ ଟିକିଏ ଲାଜୁଆ ପିଲା। ମୋ ପାଇଁ, ଦୀର୍ଘ ଦିନର କାମ ପରେ, ମୁଁ କୌଣସି ସ୍ଥାନରେ ରହିବାକୁ ପସନ୍ଦ କରିବି ଯେଉଁଠାରେ ମୁଁ ଅଧିକ ଆରାମଦାୟକ ଅନୁଭବ କରେ। ମୁଁ ଶୀଘ୍ର ଉଠେ ଏବଂ ଏହି ପାର୍ଟିଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ। ସେଥିପାଇଁ ମୁଁ ପାର୍ଟିଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାଏ।
ତାଙ୍କ ପତ୍ନୀ ପୂଜା ଲାଇମଲାଇଟ ଠାରୁ ଦୂରରେ ରହିବାକୁ ନେଇ ସନି କହିଥିଲେ, ଆମେ ସମସ୍ତେ ବ୍ୟକ୍ତିଗତ ଭାବରେ ଏହିପରି, ଆପଣ ଜଣେ ବନ୍ଧୁଙ୍କ ଘରକୁ କିମ୍ବା କିଛି ଅନ୍ତରଙ୍ଗ କାର୍ଯ୍ୟକୁ ଯିବାକୁ ଚାହାଁନ୍ତି, ଯେଉଁଠାରେ ଆପଣ ଆରାମ କରିପାରିବେ। ଆପଣ ଲଗାତାର କ୍ୟାମେରା ଆଗରେ ଶୁଟିଂ କରୁଛନ୍ତି । ଯେତେବେଳେ ତୁମେ ବୁଲୁଛ ଲୋକମାନେ ତୁମ ଆଡକୁ ଚାହିଁ ରହିଛନ୍ତି। ତେଣୁ, କିଛି ସମୟ ରହିବା ଉଚିତ ଯେତେବେଳେ କେହି ତୁମକୁ ଦେଖୁ ନାହାଁନ୍ତି। ସେଥିପାଇଁ ଯେତେବେଳେ ବି ମୋତେ ସୁଯୋଗ ମିଳେ ମୁଁ ବିଦେଶ ଯାଏ କାରଣ ସେଠାରେ କେହି ଆମକୁ ହଇରାଣ କରନ୍ତି ନାହିଁ।