Categories: ଜାତୀୟ

ନେହେରୁଙ୍କୁ କାହିଁକି ଘୃଣା କରୁଛନ୍ତି କେନ୍ଦ୍ର ସରକାର, ସଞ୍ଜୟଙ୍କ ପ୍ରଶ୍ନ…

ମୁମ୍ବାଇ,୫।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର ସ୍ବାଧିନତାର ୭୫ ତମ ବାର୍ଷିକୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅନୁଷ୍ଠାନ ଦ୍ୱାରା ଜାରି ହୋଇଥିବା ପୋଷ୍ଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋକୁ ଅନ୍ତର୍ଭୂକ୍ତ ନ କରାଯିବା କେନ୍ଦ୍ରର ସଂକୀର୍ଣ୍ଣ ମାନସିକତା ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନେହେରୁଙ୍କୁ ଏତେ ଘୃଣା କାହିଁକି କରୁଛନ୍ତି ସେ ନେଇ ସଞ୍ଜୟ ପ୍ରଶ୍ନ କରିଛନ୍ତି।

ସଞ୍ଜୟ ଶିବସେନା ମୁଖପତ୍ର ସାମନାର ତାଙ୍କ ସାପ୍ତାହିକ ସ୍ତମ୍ଭରେ ଲେଖିଛନ୍ତି, ଶିକ୍ଷା ମନ୍ତ୍ରଣାଳୟର ସ୍ବୟଂଶାସିତ ସଂସ୍ଥା ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ) ନେହେରୁ ଏବଂ ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋକୁ ପୋଷ୍ଟରରେ ସାମିଲ କରି ନାହିଁ। ଏହା ରାଜନୈତିକ ପ୍ରତିଶୋଧ ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି। ଏପରି କାର୍ଯ୍ୟ ଭଲ ନୁହେଁ ଏବଂ ଏହା ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଏ। ପ୍ରତ୍ୟେକ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏହା ଏକ ଅପମାନ।

କେନ୍ଦ୍ର ଦ୍ୱାରା ନିକଟରେ ଘୋଷଣା କରାଯାଇଥିବା ଜାତୀୟ ମୋନେଟାଇଜେସନ ପାଇପଲାଇନ ଯୋଜନା ସମ୍ପର୍କରେ ସେ କହିଛନ୍ତି ଯେ ନେହେରୁ କ’ଣ କରିଛନ୍ତି ଯାହାକୁ ସେ ଏତେ ଘୃଣା କରାଯାଉଛି। ବରଂ ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଅନୁଷ୍ଠାନଗୁଡିକ ବର୍ତ୍ତମାନ ଭାରତୀୟ ଅର୍ଥନୀତିକୁ ଶକ୍ତି ପ୍ରଦାନ କରୁଛି। ରାଷ୍ଟ୍ର ନିର୍ମାଣରେ ନେହେରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅମର ଅବଦାନକୁ କେନ୍ଦ୍ରର ଭାଜପା ସରକାର ନଷ୍ଟ କରିପାରିବେ ନାହିଁ। ନେହେରୁଙ୍କ ଅବଦାନକୁ ପ୍ରତ୍ୟାଖ୍ୟାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କୁ ଇତିହାସରେ ଖଳ ନାୟକ କୁହାଯିବ ବୋଲି ସଞ୍ଜୟ କହିଛନ୍ତି।

Share