ଏହିି ସୁପରଷ୍ଟାରଙ୍କ ବାୟୋପିକ୍‌ କରିବାକୁ କାହିଁକି ଚାହୁଁନାହାନ୍ତି ଫରାହ ଖାନ୍‌

ବଲିଉଡ୍‌ ନିର୍ଦ୍ଦେଶକ ଫରାହ ଖାନ୍‌ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ‘ଓମ ଶାନ୍ତି ଓମ’, ‘ଚେନ୍ନାଇ ଏକ୍ସପ୍ରେସ’ରେ ତାଙ୍କ ନିର୍ଦ୍ଦେଶନା ସୁନ୍ଦର ଥିଲା। ଫିଲ୍ମ ‘ମେନ ହୁନ ନା’ରେ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିଥିବା ଫରାହ ଆଜିବି ନିଜ କାର୍ଯ୍ୟ ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନ ଯେତେବେଳେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାୟୋପିକ୍‌ ନିର୍ଦ୍ଦେଶନା ଦେବା ପାଇଁ ତାଙ୍କୁ ପଚରାଗଲା, ସେତେବେଳେ ସେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଥିଲେ ।

ଗତ ବର୍ଷ ନିର୍ମାତା ନିଖିଲ ଦ୍ୱିବେଦୀ ରାଜେଶଙ୍କ ବାୟୋପିକ୍‌ କରିବେ ବୋଲି ଘୋଷଣା କରିଥିଲେ। ଅନୁମାନ କରାଯାଉଥିଲା ଯେ, ଫରାହ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ହେଲେ ଫରାହ ଏପର୍ଯ୍ୟନ୍ତ ଏଥିରେ ରାଜି ହୋଇ ନ ଥିଲେ।
ଏକ ସାକ୍ଷାତକାରରେ ଫରାହ କହିଛନ୍ତି, ଏପର୍ଯ୍ୟନ୍ତ ମୁଁ ଏହି ପ୍ରୋଜେକ୍ଟକୁ ‘ହଁ’ କହି ନାହିଁ। ମୁଁ ଜଲ୍‌ଦିରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁ ନାହିଁ। ଏବେ ମୁଁ ଆବୁଧାବିରେ ଅଛି। ଏହା ବ୍ୟତୀତ ଶେଷରେ ସେ କହିଛନ୍ତି, ବର୍ଷ ଶେଷରେ ଏକ ବଡ଼ ଘୋଷଣା କରିପାରନ୍ତି।

Share