Posted inଫୁରସତ

ରାତିରେ କାହିଁକି ଦେଖିବାକୁ ମିଳେ ଜୁଳୁଜୁଳିଆ ପୋକ

ରାତିରେ ଗଛଲତା ଏବଂ ଆଖପାଖରେ ଜୁଳୁଜୁଳିଆ ପୋକ ନିଶ୍ଚିତ ଦେଖିଥିବେ। ମାତ୍ର ଏହା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଦେଖାଯାଏ। କିନ୍ତୁ ଜାଣିଛନ୍ତି ଏହା ରାତିରେ କାହିଁକି ଦେଖାଯାଏ ବୋଲି। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଏହା ରାତିରେ ଜଳିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜର ପୁରୁଷ ସାଥୀଙ୍କୁ ଆକର୍ଷିତ ଏବଂ ଖାଦ୍ୟ ଅନ୍ବେଷଣ କରିବା। ଜୁଳୁଜୁଳିଆ ପୋକରେ ତିନି ପ୍ରକାରର ଆଲୋକ ଦେଖାଯାଇଥାଏ। ମାଈ ଜୁଳୁଜୁଳିଆ ପୋକ ରାତିରେ ଜଙ୍ଗଲରେ ଥିବା ଗଛ କୋରଡ଼ରେ ଅଣ୍ଡା ଦେଇଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଏମାନଙ୍କ ଅଣ୍ଡାରୁ ମଧ୍ୟ ଆଲୋକ ଦେଖିବାକୁ ମିଳିଥାଏ। ପୁରୁଷ ଏବଂ ମାଈ ଜୁୁଳୁଜୁଳିଆ ପୋକ ଚିହ୍ନିବାରେ ଯଦି ଅସୁବିଧା ହେଉଥାଏ ତେବେ ଯେଉଁ ଜୁଳୁଜୁଳିଆର ପର ନ ଥାଏ ତାହାକୁ ମାଈ ବୋଲି ଚିହ୍ନିବେ। ଏହା ଗୋଟିଏ ସ୍ଥାନରେ ବସିଥାଏ। ପୁରୁଷ ଜୁଳୁଜୁଳିଆ ପୋକ ରାତିରେ ହିଁ ଉଡ଼ି ବୁଲିଥାନ୍ତି। ଭାରତରେ ଏମାନଙ୍କ ସଂଖ୍ୟା ଢେର୍‌ ଅଧିକ। କିନ୍ତୁ ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଦକ୍ଷିଣ ଭାରତରେ ଅଧିକ ଆଲୋକ ଦେଉଥିବା ଜୁଳୁଜୁଳିଆ ପୋକ ଦେଖିବାକୁ ମିଳିଥାଏ।
୧୬୬୭ରେ ରବର୍ଟ ବୟଲ ନାମକ ଜଣେ ବୈଜ୍ଞାନିକ ଏହାର ଆବିଷ୍କାର କରିଥିଲେ। ଜୁଳୁଜୁଳିଆ ପୋକରେ ଫସ୍‌ଫରସ ଥିବାରୁ ଏହା ଆଲୋକ ଦେଇଥାଏ। କିନ୍ତୁ  ପରେ ଜଣା ପଡ଼ିଥିଲା  ଫସ୍‌ଫରସ ଯୋଗୁ ନୁହେଁ ବରଂ ଲ୍ୟୁସିଫେରେସ୍‌ ନାମକ ପ୍ରୋଟିନ୍‌ ଯୋଗୁ ଏହା ଚମକିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri