Categories: ଜାତୀୟ

ଗାନ୍ଧୀ ପରିବାର କାହିଁକି ନୀରବ, ରାଜସ୍ଥାନ-ପଶ୍ଚିମବଙ୍ଗରେ ମହିଳା ନିର୍ଯାତନା: ଅନୁରାଗ ଠାକୁରଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୨।୭ : ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବିହାର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଥିବା ବେଳେ କୌଣସି ବିରୋଧୀ ଦଳ ଏହି ପ୍ରସଙ୍ଗରେ ମୁହଁ ନ ଖୋଲି ନୀରବ ରହିଛନ୍ତି।

ଏହା ଅତ୍ୟନ୍ତ ନିନ୍ଦାଜନକ। ମହିଳା ନିର୍ଯାତନା ନେଇ ନିଜର ସ୍ବର ଉତ୍ତୋଳନ କରିଥିବା ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଦ୍ଧାଙ୍କୁ ବରଖାସ୍ତ କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ।

ପଶ୍ଚିମବଙ୍ଗରେ ଘଟିଥିବା ଘଟଣାରେ ରାଜ୍ୟ ସରକାର ନୀରବ ରହି ନିଜକୁ ସୁରକ୍ଷା ଦେବାରେ ଲାଗିଛନ୍ତି। ଏହା ସରକାରଙ୍କ ଅପାରଗତାକୁ ସୂଚିତ କରୁଛି।

Share