Categories: ଖେଳ

କୋଚ୍‌ ଗମ୍ଭୀର କାହିଁକି ଦେଲେନି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାଥ୍‌, ସାମ୍ନାକୁ ଆସିଲା ବହୁତ ବଡ଼ ରାଜ୍‌

ନୂଆଦିଲ୍ଲୀ,୧୯।୮: ଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ରୋହିତ ଶର୍ମା ଦିନିକିଆ ସିରିଜର ଅଧିନାୟକ ହେବେ। କିନ୍ତୁ ଟି -୨୦ର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଆଶା କରାଯାଉଥିଲା। କିନ୍ତୁ ଗୌତମ ଗମ୍ଭୀର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ମାତ୍ରେ ସେ ଟି -୨୦ର ଅଧିନାୟକ ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଇଛନ୍ତି। ଅଧିନାୟକ ନ ପାଇ ହାର୍ଦ୍ଦିକଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଆସନ୍ତୁ ଜାଣିବା କାହିଁକି ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇନାହିଁ…

ରିପୋର୍ଟ ଅନୁଯାୟୀ, ଫିଟନେସକୁ ନେଇ ଚିନ୍ତା ଏବଂ କାର୍ଯ୍ୟଭାର ପରିଚାଳନା କରିବା ଏହି ୨ କାରଣ ଯୋଗୁ ଅଧିନାୟକ ନିଷ୍ପତ୍ତି ହାର୍ଦ୍ଦିକଙ୍କ ବିରୁଦ୍ଧରେ ଯାଇଥିଲା। ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଗୋଡରେ ଆଘାତ ଲାଗିଥିବାରୁ ହାର୍ଦ୍ଦିକ ଏକ ଦୀର୍ଘ ବିରତି ନେଇଥିଲେ। ସେ ଅନେକ ମାସ ପରେ ଆଇପିଏଲ ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ଆହତ କାରଣରୁ ଟୁର୍ନାମେଣ୍ଟ ଏବଂ ସିରିଜ ହରାଇଛନ୍ତି।

କୌଣସି ଫର୍ମାଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ଅଧିନାୟକତ୍ୱ ମିଳିବା ବର୍ତ୍ତମାନ କଷ୍ଟକର ମନେ ହେଉଛି। ହାର୍ଦ୍ଦିକ ଟି -୨୦ ଦଳରେ ଅଛନ୍ତି, କିନ୍ତୁ ତାଙ୍କୁ ଉପ-ଅଧିନାୟକ ମଧ୍ୟ କରାଯାଇନାହିଁ। ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ବିଶ୍ୱକପ୍‌ ୨୦୨୬ ପର୍ଯ୍ୟନ୍ତ ଅଧିନାୟକ ଭାବେ ରଖାଯାଇପାରିରେ।

 

Share