Categories: ଜାତୀୟ

ଭାରତର ଆଥଲେଟ ଝିଅଙ୍କୁ କାହିଁକି ଭାଜପା ଶିକାରୀଙ୍କଠାରୁ ରକ୍ଷା କରାଯାଇ ପାରିବ ନାହିଁ: ମହୁଆ ମୈତ୍ର

ନୂଆଦିଲ୍ଲୀ, ୩୦।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଉପରେ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରୁଛନ୍ତି। ତେବେ ଏହା ଉପରେ ଟିଏମସି ସାଂସଦ ମହୁଆ ମୈତ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରି ମୋଦିଙ୍କୁ ପ୍ରଶ୍ନ କରିିଛନ୍ତି ଯେ, ଭାରତର ଆଥଲେଟ ଝିଅମାନଙ୍କୁ କାହିଁକି ଶକ୍ତିଶାଳୀ ଭାଜପା ଶିକାରୀଙ୍କଠାରୁ ରକ୍ଷା କରାଯାଇ ପାରିବ ନାହିଁ? ଏହା ବ୍ୟତୀତ ମହୁଆ ଆଦାନୀ ମାମଲାରେ ମଧ୍ୟ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏସ୍‌ବିଆଇ ଆଦାନୀଙ୍କ ଯାଞ୍ଚ କାହିଁକି ଶେଷ କରିପାରଲା ନାହିଁ?

 

ଏହି ଆନ୍ଦୋଳନରେ ନିରବ ରହିଥିବା ମହିଳା ନେତାଙ୍କୁ ମହୁଆ କଟାକ୍ଷ କରିଛନ୍ତି। ସେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରି ଟୁଇଟ୍‌ରେ କହିଛନ୍ତି, ଆପଣଙ୍କ ନାରୀ ବ୍ରିଗେଡ୍‌ କେଉଁଠି ଅଛି? ଡବ୍ଲୁଏଫ୍‌ଆଇ ପ୍ରସଙ୍ଗରେ ନିରବ କାହିଁକି ଅଛନ୍ତି? ନା ମହିଳା ଆଥଲେଟ୍‌ ସଂସ୍କାରୀ ନୁହନ୍ତି ଯାହାଙ୍କ ସପକ୍ଷରେ ବାହାରିବାକୁ ଆପଣ ଚାହୁନାହାନ୍ତି।

Share