Posted inଖେଳ

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ ନାହିଁ, ସେଥିରେ ଧନବାଦର ଟୁଣ୍ଡି ଏବଂ ସାହେବଗଞ୍ଜର ବରହେଟ୍‌ ଆସନ ରହିଛି। ଭାଜପା ଏଠାରେ ପ୍ରାର୍ଥୀ ଦେବାକୁ ଡରୁଥିବା ବିରୋଧୀ ଦଳ ଦାବି କରୁଛି।
ସାହେବଗଞ୍ଜ ଆସନକୁ ନେଇ ଦଳର ନେତା ନିରବ ରହୁଛନ୍ତି। ଭାଜପାର ବଡ଼ ନେତା ଏହି ଆସନରେ ପ୍ରାର୍ଥୀ ଓହ୍ଲାଇବା ଲାଗି କେବଳ ଗୋଟିଏ କଥା କହୁଛନ୍ତି-ଅପେକ୍ଷା କରନ୍ତୁ। ଏମିତିରେ କାହିଁକି ଭାଜପା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବରହେଟ୍‌ରେ ସର୍ବଶେଷରେ ପ୍ରାର୍ଥୀ ଓହ୍ଲାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବରହେଟ୍‌ରେ ଭାଜପା ପ୍ରଥମେ ଦୁମ୍‌କାରୁ ନିର୍ବାଚନ ଲଢ଼ିଥିବା ଲୁଇସ୍‌ ମରାଣ୍ଡିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। ହେଲେ ଲୁଇସ ସେଠାରେ ଲଢ଼ିବାକୁ ମନା କରିଦେଇଥିଲେ। ଦୁମ୍‌କାରେ ଲୋକମାନଙ୍କ ସହ କ୍ଷେତ୍ର ପ୍ରସ୍ତୁତ କରିଥିବା ଯୋଗୁ ବରହେଟ୍‌ କାହିଁକି ଯିବେ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ଏବେ ତାଙ୍କୁ ଜେଏମ୍‌ଏମ୍‌ ଜାମାରୁ ଟିକେଟ ଦେଇଛନ୍ତି। ଏମିତିରେ ଜାମାରୁ ଲଢ଼ିବାକୁ ହଁ ଭରିଥିବା ଲୁଇସ୍‌ କାହିଁକି ବରହେଟ୍‌ ପାଇଁ ଅମଙ୍ଗ ହେଲେ ତାହା ଆଲୋଚନାର ବିଷୟ ପାଲଟିଛି।
ଲୁଇସ ଜେଏମ୍‌ଏମ୍‌ରେ ସାମିଲ ହେବା ପରେ ଭାଜପା ଏବେ ରିସ୍କ ମୋଡ୍‌ରେ ଅଛି। ହେମନ୍ତଙ୍କ ବିପକ୍ଷରେ ପ୍ରାର୍ଥୀ ଯାହାକୁ କରିବେ ସେ ଯଦି ସମୟ ଥାଉ ଓହରିଯିବେ ତେବେ ଦଳ ଲୋକ ହସା ହୋଇପାରେ ବୋଲି ଭାଜପା ଭୟ କରୁଛି।
ଅପରପକ୍ଷେ ଜେଏମ୍‌ଏମ୍‌ ଏହାକୁ ବିଜୟ ଭାବେ ବିବେଚନା କରିପାରେ। ନଭେମ୍ବର ୨୯ ଯାଏ ବରହେଟ୍‌ରେ ପ୍ରାର୍ଥୀ ଦେବାକୁ ସମୟ ଥିବାରୁ ଭାଜପା ବ୍ୟସ୍ତ ନୁହେଁ ବୋଲି କୁହାଯାଉଛି।
୨୦୧୯ରେ ଭାଜପା ହେମନ୍ତ ସୋରେନଙ୍କ ବିପକ୍ଷରେ ସିମୋନ ମାଲ୍‌ତୋଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୪ରେ ହେମଲାଲ ମୁର୍ମୁ ପ୍ରାର୍ଥୀ ହୋଇଥିଲେ। ହେଲେ ଏବେ ହେମଲାଲ ହେମନ୍ତ ସୋରେନଙ୍କ ସହ ଅଛନ୍ତି। ସେହିଭଳି ମାଲ୍‌ତୋ ଗତ ନିର୍ବାଚନରେ ୨୫ ହଜାର ଭୋଟ୍‌ରେ ପରାଜିତ ହୋଇଥିଲେ। ଏଣୁ ଭାଜପା ସେଭଳି ଭୁଲ କରିବାକୁ ଚାହୁଁନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri