Posted inଜାତୀୟ

ଚନ୍ଦ୍ରର ଦକ୍ଷିଣ ଭାଗରେ କାହିଁକି ଅବତରଣ କରିବ ଚନ୍ଦ୍ରାୟାନ ୩, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୮: ଇତିହାସ ରଚିବାକୁ ଯାଉଛି ଭାରତ। ୨୩ ଅଗଷ୍ଟ ଅର୍ଥାତ୍‌ ବୁଧବାର ଭାରତ ପାଇଁ ବଡ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଚନ୍ଦ୍ରାୟାନ-୩ ଉପରେ ରହିଛି ସାରା ବିଶ୍ୱର ନଜର। ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର୍‌ ଅଲଗା ହେବା ପରେ ଲ୍ୟାଣ୍ଡର ଚନ୍ଦ୍ରର ସମସ୍ତ କକ୍ଷପଥକୁ ସଫଳତାର ସହ ପ୍ରବେଶ କରି ଚନ୍ଦ୍ର ଆଡକୁ ଅଗ୍ରସର ହେଉଛି। ଯଦି ଚନ୍ଦ୍ରାୟାନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରେ ତେବେ ଏହା ବିଶ୍ୱରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚତୁର୍ଥ ଦେଶ ଭାବେ ଇତିହାସ ରଚିବ।

ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ମିନିଟ୍‌ରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏଥିପାଇଁ ଇସ୍ରୋର ବୈଜ୍ଞାନିକ ମାନେ ଚନ୍ଦ୍ରର ଦକ୍ଷିଣ ମେରୁକୁ ଚିହ୍ନଟ କରିଛନ୍ତି। ଚନ୍ଦ୍ରର ଦକ୍ଷିଣ ପୋଲ ବା ଦକ୍ଷିଣ ମେରୁରେ ଜଳ ଏବଂ ବରଫ ବଡ ଭଣ୍ଡାର ରହିଛି ଏଥିସହ ଏହି ଭାଗର ସ୍ଥାୟୀ ଅନ୍ଧକାରରେ ରହିଥାଏ। ଭବିଷ୍ୟତର ମହାକାଶ ମିଶନ ପାଇଁ ଜଳର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମିଶନରେ ଜଳ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ରକେଟ ଇନ୍ଧନର ଉତ୍ସ ଭାବେ ଲାଗିପାରେ। ଏହି କ୍ଷେତ୍ର ସ୍ଥ ସୂର୍ଯ୍ୟ କିରଣରୁ ଦୂରରେ ରହିଛି। ଏବଠ ଏଠାର ତାପମାତ୍ରା ମାଇନସ ୫୦ ରୁ ୧୦ ଡିଗ୍ରୀ ମଧ୍ୟରେ ରହିଥାଏ। ଏହାଦ୍ୱାରା ରୋଭର କିମ୍ବା ଲ୍ୟାଣ୍ଡରରେ ଉପସ୍ଥିତ ଥିବା ବୈଦ୍ୟୁତିକ ଉପକରଣଗୁଡିକ ଉତ୍ତମ ରୂପେ କାର୍ଯ୍ୟ କରିପାରିବ।

ଚନ୍ଦ୍ରର ଦକ୍ଷିଣ ମେରୁର ଭୂମି ଏବଂ ଭୌଗୋଳିକ ଗଠନ ଏହାର ଅନ୍ୟ ଅଞ୍ଚଳଠାରୁ ଅଲଗା।
ଚନ୍ଦ୍ରରେ ଉଲକାପିଣ୍ଡ ଦ୍ୱାରା ସୃଷ୍ଟି ହୋଇଥିବା ଗର୍ତ୍ତଗୁଡିକ ଥଣ୍ଡା ରହିଥାଏ। ଏହି କାରଣରୁ ଏଠାରେ ଜଳ ବରଫ ରୂପେ ଜମା ହୋଇଥାଏ। ତେବେ ଏପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦର ଦକ୍ଷିଣ ମେରୁରେ ନିଜର ଲ୍ୟାଣ୍ଡର ଅବତରଣ କରି ନାହାନ୍ତି। ତେଣୁ ସମସ୍ତଙ୍କର ନଜର ଭାରତର ଚନ୍ଦ୍ରାୟାନ-୩ ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri