Categories: ଫୁରସତ

ବିମାନ ଯାତ୍ରାରେ ପରଫ୍ୟୁମ ନେବା ପାଇଁ କାହିଁକି ବାରଣ କରାଯାଏ!

ଅତର କିମ୍ବା ଡିଓଡ୍ରେଣ୍ଟ ଲଗାଇବା ପାଇଁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ଅତର କିମ୍ବା ପରଫ୍ୟୁମ୍‌କୁ ଶରୀରରେ ପକାଇବା ଦ୍ୱାରା ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ। କିନ୍ତୁ ବିମାନରେ ଅତର ନେବାକୁ ବାରଣ କରାଯାଇଥାଏ।

କାରଣ ପରଫ୍ୟୁମ ଏକ ଅତ୍ୟଧିକ ଜ୍ୱଳନ୍ତ ପଦାର୍ଥ। ଏଥିରେ ନିଆଁ ଲାଗିବାର ବିପଦ ରହିଥାଏ। ସୋସିଆଲ ମିଡିଆରେ ବହୁ ଭିଡିଓରେ ଆପଣ ଦେଖିଥିବେ ନିଆଁ ଲାଗିଥିବା ସ୍ଥାନରେ ପରଫ୍ୟୁମ ସ୍ପ୍ରେ କଲେ ନିଆଁ ଜୋରରେ ବ୍ୟାପିଥାଏ। ତେଣୁ ବିମାନରେ ଯାତ୍ରା ସମୟରେ ପରଫ୍ୟୁମ ନେବାକୁ ବାରଣ କରାଯାଇଥାଏ। ଯଦି କୌଣସି କାରଣରୁ ବିମାନରେ ନିଆଁ ଲାଗିଯାଏ, ତେବେ ସେଠାରେ ପରଫ୍ୟୁମ ଥିଲେ ନିଆଁ ଲାଗିବାର ଆଶଙ୍କା ରହିଥାଏ। ବିମାନ ଯାତ୍ରା ସହ ଏୟାରପୋର୍ଟରେ ମଧ୍ୟ ବ୍ୟାଗରେ ପରଫ୍ୟୁମ ନେବାକୁ ବାରଣ କରାଯାଇଥାଏ।

ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏୟାରଲାଇନ୍ସର ୱେବସାଇଟରେ ଏନେଇ ସ୍ପଷ୍ଟ ଭାବରେ ଦର୍ଶଯାଇଛି ଯେ, ଚେକ-ଇନ ବ୍ୟାଗ୍‌ରେ କିମ୍ବା ଲଗେଜ ବ୍ୟାଗ୍‌ରେ ପରଫ୍ୟୁମ ନିଆଯାଇ ପାରିବ ନାହିଁ। ଯଦି ନେଉଛନ୍ତି ତେବେ ଏହାର ପରିମାଣ କମ୍‌ ରଖିବେ। ସେହିପରି ଅନ୍ତର୍ଜାତୀୟ ବିମାନ ପରିବହନ ଆସୋସିଏସନ ଅନୁଯାୟୀ, ଜ୍ୱଳନ୍ତ ଜିନିଷଗୁଡିକ ୨କି.ଗ୍ରା କିମ୍ବା ଲିଟରରୁ ଅଧିକ ପରିବହନ କରାଯାଇପାରିବ ନାହିଁ। ଏହି ପରଫ୍ୟୁମ୍‌ର ଓଜନ ୦.୫ ଲିଟର କିମ୍ବା ୦.୫ କି.ଗ୍ରା ପର୍ଯ୍ୟନ୍ତ ରହିବା ଆବଶ୍ୟକ।

Share