କେତକୀ ଫୁଲକୁ ମିଳିଥିଲା ଅଭିଶାପ, ହେଲେ ଶିବରାତ୍ରିରେ କାହିଁକି ହୁଏ ରାଣୀ

ବ୍ରହ୍ମପୁର୬।୩(ତନୁଶ୍ରୀ ନାହାକ): ଆଉ ଦୁଇଦିନ ପରେ ମହାଶିବରାତ୍ରୀ। ଏବେଠୁ ବ୍ରହ୍ମପୁର ବଜାରରେ କେତକୀ ଫୁଲର ଚାହିଦା ବଢ଼ିଲାଣି। ପୌରାଣିକ କଥାନୁସାରେ ମାତା ସୀତା ଦଶରଥଙ୍କ ଉଦ୍ଦେଶ୍ୟରେ ବାଲି ପିଣ୍ଡ ଦାନ କଲା ବେଳେ ନଦୀ ତୁଠରେ କେତକୀ ଫୁଲ, ଗାଈ ଓ ବ୍ରାହ୍ମଣଙ୍କୁ ସାକ୍ଷୀ ରଖିଥିଲେ। କିନ୍ତୁ ସେମାନେ ସାକ୍ଷ ଦେବାରୁ ବିରତ ରହିଥିଲେ। ତେଣୁ ମାତା ସୀତା ମହାଶିବରାତ୍ରୀ ଛଡା ଆଉ ସମସ୍ତ ପୂଜାରେ ତୁମକୁ ବର୍ଜନ କରାଯିବ ବୋଲି କେତକୀ ଫୁଲକୁ ଅଭିଶାପ ଦେଇଥିଲେ। ତେଣୁ କେତକୀ ଫୁଲକୁ ଗୋଟିଏ ଦିନର ରାଣୀ ବୋଲି କୁହାଯାଉଥିବା ପଣ୍ଡିତ ସୁରେନ୍ଦ୍ର ନାଥ ଶତପଥୀ କହିଛନ୍ତି। ଶିବରାତ୍ରି ପାଇଁ ମହାଦେବଙ୍କ ପ୍ରିୟ କେତକୀ ଫୁଲ ଦର ୩୦୦ରୁ ୫୦୦ଟଙ୍କା ମଧ୍ୟରେ ରହିଛି। ମୁଖ୍ୟତଃ ପାରାଦ୍ୱୀପ ଓ ଆଠଗଡ଼ ଅଞ୍ଚଳରୁ ଏହି ଫୁଲ ପ୍ରତିବର୍ଷ ଆସୁଛି। ଗିରିମାର୍କେଟ, ବଡ଼ବଜାର, କୋର୍ଟପେଟା ଛକ, ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେତକୀ ଫୁଲର ପସରା ମେଲିଛି।