Categories: ଜାତୀୟ

ମୋଦି କାହିଁକି ରାହୁଲ ଗାନ୍ଧୀଙ୍କ ଉପରେ ଚିଡୁଛନ୍ତି: ଏହାର କାରଣ ନିଜେ ବଖାଣିଲେ ରାହୁଲ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ୟବସାୟୀ ଗୌତମ ଆଦାନୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ମୋଦି ବ୍ୟବସାୟୀ ଆଦାନୀଙ୍କୁ ଉପକୃତ କରିଛନ୍ତି ବୋଲି ରାହୁଲ କହିଛନ୍ତି।
ରାହୁଲ ଗାନ୍ଧୀ ତାଙ୍କ ହ୍ବାଟସ୍‌ଆପ ଚ୍ୟାନେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ପିଏମ ମୋଦିଙ୍କ ଭାଷଣର ଏକ କ୍ଲିପ ରହିଛି। ପୂରା ଭିଡିଓଟି ଏକ ମିନିଟ ୨୦ ସେକେଣ୍ଡର। ଏଥିରେ ଅଧା ପିଏମ ମୋଦୀଙ୍କ ଭାଷଣ ହୋଇଥିବାବେଳେ ବାକି ରାହୁଲ ଗାନ୍ଧୀଙ୍କ ଭାଷଣର ଏକ କ୍ଲିପ ରହିଛି। ଏହି ଭିଡିଓର ଟାଇଟଲ ଦିଆଯାଇଛି, ମୋଦି ଜି କାହିଁକି ରାଗିଛନ୍ତି?
କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମୋ ଉପରେ ରାଗିଛନ୍ତି? ଏହାର କାରଣ ହେଉଛି ଯେ ସେ ଆଦାନୀଙ୍କୁ ଯାହା ଟଙ୍କା ଦିଅନ୍ତି, ମୁଁ ଗରିବ ଲୋକଙ୍କୁ ସେତିକି ଦେବାକୁ ଯାଉଛି। ଏଥିପାଇଁ ସେ ରାଗିଛନ୍ତି।

Share