Categories: ଜାତୀୟ

କାହିଁକି ବିହାର ଯିବାକୁ ତରବର ହେଉଛନ୍ତି ମୋଦି, ନିଆଯାଇପାରେ କି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାଭ ଲଶ୍କରଙ୍କ ସହ ଜୁନ ୧୯ରେ ରାଜଗିର ଆନ୍ତର୍ଜାତୀୟ ନାଲନ୍ଦା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନାନୁସାରେ, ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ ଭାବେ ନିର୍ମିତ କ୍ୟାମ୍ପସର ଉଦଘାଟନୀ ସମାରୋହରେ ମୋଦି ପହଞ୍ଚିବାର ସମ୍ଭାବନା ରହିଛି।
ଏବେ ପ୍ରଶ୍ନ ଉଠିଛି ଯେ ଶପଥ ଗ୍ରହଣ କରିବାର ମାତ୍ର ୧୦ ଦିନ ପରେ ସେ ବିହାରକୁ କାହିଁକି ଆସୁଛନ୍ତି? ଏହି ସମୟରେ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ। ଏହି ସମୟ ମଧ୍ୟରେ ବିହାର ପାଇଁ କୌଣସି ବଡ଼ ନିଷ୍ପତ୍ତି ନିଆଯାଇପାରେ କି? ଯାତ୍ରା ପରେ ହିଁ ଏହା ଜଣା ପଡ଼ିବ।
ତେବେ କେନ୍ଦ୍ରର ଏନଡିଏ ସରକାରରେ ନୀତୀଶ କୁମାରଙ୍କ ଜେଡିୟୁର ବଡ ଭୂମିକା ଥିବାରୁ ମୋଦିଙ୍କ ଏତେ ଶୀଘ୍ର ବିହାର ଗସ୍ତକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି।

Share