Categories: ଫୁରସତ

କାହିଁକି ପାଳନ କରାଯାଏ ଜାତୀୟ ହସ୍ତତନ୍ତ ଦିବସ, ଜାଣନ୍ତୁ ଏହି ଦିନର ମହତ୍ତ୍ୱ…

ଭାରତର ହସ୍ତତନ୍ତ ବୁଣାକାରମାନେ ଦେଶର ଅର୍ଥନୀତି ଏବଂ ଭାରତୀୟ ସଂସ୍କୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତିବର୍ଷ ଅଗଷ୍ଟ ୭ରେ ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ବା ହସ୍ତତନ୍ତ ଦିବସ ପାଳନ କରାଯାଏ। ଏହି ଅବସରରେ ଆମର ଅତୀତରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱକୁ ସ୍ମରଣ କରିବା ସହ ଏଥିରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଅଧିକ ଶକ୍ତି ଏବଂ ଆୟ ଯୋଗାଇଥାଏ।

ସର୍ବପ୍ରଥମେ ଭାରତରେ ହସ୍ତତନ୍ତ ବୁଣିବାର ଶତାବ୍ଦୀ ପରମ୍ପରାକୁ ମନେ ରଖିବାର ଦିନ। ଦ୍ୱିତୀୟତଃ ଏହା ମଧ୍ୟ ଭାରତୀୟ ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ବୀକାର କରିବା ଏବଂ ବୁଝିବା ପାଇଁ ଏକ ସୁଯୋଗ। କାରଣ ଏହା ଏକ ବିଭାଗ ଯାହାକି ଲକ୍ଷଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ତୃତୀୟରେ ଜାତୀୟ ହ୍ୟାଣ୍ଡଲୁମ ଦିବସର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଫ୍ୟାଶନକୁ ପ୍ରୋତ୍ସାହିତ କରିବା, କାରଣ ପ୍ରାକୃତିକ ତନ୍ତୁ ଏବଂ ପାରମ୍ପାରିକ କୌଶଳ ବ୍ୟବହାର କରି ହ୍ୟାଣ୍ଡଲୁମ ଟେକ୍ସଟାଇଲ୍‌ ଉତ୍ପାଦିତ ହୁଏ। ଯାହାର ସର୍ବନିମ୍ନ ଚାହିଦାର ପ୍ରଭାବ ରହିଥାଏ।

ଜାତୀୟ ହସ୍ତତନ୍ତ ଦିବସ ଅନୌପଚାରିକ ଭାବେ ୧୯୦୫ରେ ଆରମ୍ଭ ହୋଇଥିଲା। ଏହାକୁ ସ୍ବଦେଶୀ ଆନ୍ଦୋଳନ ମଧ୍ୟ କୁହାଯାଏ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଭାରତୀୟ ଉତ୍ପାଦିତ ସାମଗ୍ରୀ ସପକ୍ଷରେ ବ୍ରିଟିଶ ସାମଗ୍ରୀକୁ ବଏକଟ୍‌ ବା ବ୍ୟାନ୍‌ କରିବା। ସେହିଦିନ ହ୍ୟାଣ୍ଡଲୁମ୍‌ ଟେକ୍ସଟାଇଲ ଏକ ପ୍ରମୁଖ ଉତ୍ପାଦ ଥିଲା ଯାହାକି ଏହି ଆନ୍ଦୋଳନରେ ବହୁ ପ୍ରଚାର କରିଥିଲା ଏବଂ ବହୁ ସଂଖ୍ୟକ ଲୋକ ଏଥିରେ ଯୋଗ ଦେଇଥିଲେ। କିନ୍ତୁ ଭାରତ ସରକାର ଆନୁଷ୍ଠାନିକ ଭାବେ ୭ ଅଗଷ୍ଟ ୨୦୧୫କୁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବା ନେଇ ସ୍ବୀକୃତି ଦେଇଥିଲେ। ସେବେଠାରୁ ସମଗ୍ର ଭାରତରେ ୭ ଅଗଷ୍ଟରେ ଜାତୀୟ ହ୍ୟାଣ୍ଡଲୁମ ବା ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଆସୁଛି।

Share