ପୁଟିନ୍‌ଙ୍କୁ ଘାରୁଛି ଗିରଫ ହେବାର ଡର! ବ୍ରିକ୍ସ ସମ୍ମିଳନୀରେ ଦେବେନି ଯୋଗ

ମସ୍କୋ,୨୨।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। କୋଭିଡ-୧୯ ପରେ ଭାରତ ସମେତ ୫ଟି ଦେଶ ବ୍ରାଜିଲ, ଋଷ, ଚାଇନା ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଯୋଗ ଦେବେ। ତେବେ ଏହି ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଂଶ ଗ୍ରହଣ କରିବେ ନାହିଁ। ସେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିବେ ନାହିଁ।
ସୂଚନାଯୋଗ୍ୟ, ମାର୍ଚ୍ଚରେ ୟୁକ୍ରେନରୁ ପିଲାମାନଙ୍କୁ ଅପହରଣ କରାଯାଇଥିବା ନେଇ ଅନ୍ତର୍ଜାତୀୟ ଆପରାଧିକ କୋର୍ଟ ପୁଟିନ୍‌ଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲା।

Share