Posted inଫୁରସତ

ଅନ୍ତରୀକ୍ଷ ଅନ୍ଧକାରମୟ କାହିଁକି

ଅନ୍ତରୀକ୍ଷ ଅନ୍ଧକାରମୟ କ’ଣ ପାଇଁ ତା’ର ଉତ୍ତର ଆମର ଦେଖିବା ପ୍ରକ୍ରିୟା ସହ ଜଡ଼ିତ। ପ୍ରକୃତ କଥା ହେଲା ଆମେ ଆଲୋକକୁ ସେତେବେଳ ପର୍ଯ୍ୟନ୍ତ ଦେଖିପାରି ନ ଥାଉ ଯେପର୍ଯ୍ୟନ୍ତ ଆମ ଆଖି ତାକୁ ଅବଶୋଷିତ ନ କରିଥାଏ। ଅର୍ଥାତ୍‌ କୌଣସି ଜିନିଷ ଆମକୁ ସେତେବେଳେ ଦେଖାଯାଏ ଯେବେ ପ୍ରକାଶ ତା’ସହ ବାଧାପ୍ରାପ୍ତ ହୋଇ ଆମ ଆଖି ପର୍ଯ୍ୟନ୍ତ ପହଞ୍ଚେ। ଆମେ ସେଇ ପ୍ରକାଶକୁ ଦେଖିପାରୁ ଯାହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚିଥାଏ। ଉଦାହରଣସ୍ବରୂପ ଯେତେବେଳେ ଅନ୍ଧାର ଘରେ ଟର୍ଚ୍ଚ ମରାଯାଏ ତାର ପ୍ରକାଶ ସିଧା ସଳଖ ଆମ ଆଖିକୁ ପହଞ୍ଚତ୍ ନ ଥାଏ। ବରଂ ଟର୍ଚ୍ଚ ଆଲୋକ ଯେଉଁ ଦିଗରେ ଯାଇଛି ସେହି ଦିଗର ଧୁଳିକଣା ସହ ତାହା ବାଧାପ୍ରାପ୍ତ ହୋଇ ପ୍ରତିବିମ୍ବିତ ହୁଏ ଓ ସେହି ପ୍ରତିବିମ୍ବିତ ଆଲୋକ ଆମ ଆଖି ପର୍ଯ୍ୟନ୍ତ ପହଞ୍ଚେ। ଆଉ ଆମେ ଜାଣିପାରୁ ଯେ, ଟର୍ଚ୍ଚ ଜଳି ଆଲୋକିତ ହେଉଛି। ଆମ ପୃଥିବୀର ବି ବାୟୁମଣ୍ଡଳ ଅଛି। ସୂର୍ଯ୍ୟଙ୍କ ପ୍ରକାଶ ବାୟୁମଣ୍ଡଳର କଣିକାରେ ବାଡେଇ ହୋଇ ଆମକୁ ଚାରିଆଡ ଆଲୋକିତ ହେବାର ଅନୁଭବ ଦିଏ। ଅର୍ଥାତ୍‌ କୋଠରୀରେ ଯଦି ଧୂଳିକଣା ଅବା ବାୟୁ କଣିକା ନ ଥାଆନ୍ତା ତେବେ କେବଳ କାନ୍ଥରେ ବାଜି ଫେରୁଥିବା ଟର୍ଚ୍ଚର ଆଲୋକ ଦେଖାଯାଇଥାନ୍ତା। ଆଉ ଯଦି କାନ୍ଥ ବି ନ ଥାନ୍ତା ତେବେ ଆଖି ପର୍ଯ୍ୟନ୍ତ ପ୍ରତିବିମ୍ବିତ ଆଲୋକ ପହଞ୍ଚି ନ ଥାଆନ୍ତା। ଆଉ ଆମକୁ କିଛି ଦେଖାଯାଇ ନ ଥାଆନ୍ତା। ଠିକ ଏମିତି କିଛି ଘଟେ ଅନ୍ତରୀକ୍ଷରେ। ଅନ୍ତରୀକ୍ଷରେ ଆମେ ଯେବେ ସୂର୍ଯ୍ୟଙ୍କ ସହ ଆଖପାଖର ଅନ୍ତରୀକ୍ଷକୁ ଦେଖିବାକୁ ପ୍ରୟାସ କରୁ ଆମକୁ କିଛି ଦେଖା ଯାଇ ନ ଥାଏ ଓ ଅନ୍ତରୀକ୍ଷ ଅନ୍ଧକାରମୟ ଦେଖାଯାଏ। ଏଠାରେ ଆମକୁ ଏହା ବି ବୁଝିବାକୁ ହେବ ଯେ, ଯଦି ଆମକୁ କିଛି ଦେଖା ଯାଉ ନାହିଁ ତେବେ ଆମ ମସ୍ତିସ୍କ ତାକୁ ଅନ୍ଧାରଭରା ବୋଲି ଭାବି ନିଏ। ଅନ୍ତରୀକ୍ଷ ହେଉଛି ଏମିତି ଏକ କୋଠରୀ ସଦୃଶ ଯାହାର ନା କାନ୍ଥ ଅଛି ନା ପଦାର୍ଥର କୌଣସି କଣିକା ଅଛି। ଯେଉଁ ପିଣ୍ଡ ଅଛି ତାହା ବହୁତ ଦୂରରେ ଅଛି। ଯେତେବେଳେ ଆମେ ଚନ୍ଦ୍ର କିମ୍ବା ଅନ୍ୟ ଗ୍ରହକୁ ଦେଖୁ ସେତେବେଳେ ପ୍ରକୃତରେ ଆମେ ସେଠାରୁ ବାଧାପ୍ରାପ୍ତ ହୋଇ ଫେରୁଥିବା ସୂର୍ଯ୍ୟଙ୍କ କିରଣକୁ ଦେଖୁ। ତେବେ ଅନ୍ତରୀକ୍ଷ ଓ ଚନ୍ଦ୍ରରେ କୌଣସି ବାୟୁମଣ୍ଡଳ ନାହିଁ, ତେଣୁ ଆଲୋକ ବାଧାପ୍ରାପ୍ତ ହୋଇ ବିଚ୍ଛୁରିତ ହୁଏ ନାହିଁ। ଆଉ ତାହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ ଓ ଅନ୍ତରୀକ୍ଷ ଅନ୍ଧକାରମୟ ଦେଖାଯାଏ। ଏହାଛଡ଼ା ଦୂରରେ ଦେଖାଯାଉଥିବା ତାରା ଓ ଗାଲାକ୍ସି ଧୀରେ ଧୀରେ ଆମଠୁ ଦୂରେଇ ଯାଉଛନ୍ତିି। କାରଣ ୟୁନିଭର୍ସର ବିସ୍ତାର ହେଉଛି। ଯଦି ଆମେ ଏକ ଅପରିବର୍ତ୍ତିତ ଓ ଏକ ସୀମିତ ବିଶ୍ୱ ଭିତରେ ରହୁଥାନ୍ତେ ତେବେ ଆକାଶ ସବୁ ସମୟରେ ଆଲୋକିତ ଦେଖାଯାଉଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri