କାହିଁକି ବିଜେଡି ଛାଡୁଛନ୍ତି ନେତା, ଭିତିରି କଥା କହିଦେଲେ ସନ୍ତୃପ୍ତ

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର । ଦଳ ଛାଡୁଥିବା ନେତାଙ୍କ ଉପରେ ବର୍ଷିବା ସହ ଭାଜପାକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଯେଉଁମାନେ ଏବେ ବିଜେଡି ଛାଡୁଛନ୍ତି ସେ ତାଙ୍କର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦଳ ଛାଡୁଛନ୍ତି ।

ସେପଟେ ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି, ବିଜେଡିରୁ ଯେତେ ନେତା ଭାଜପା ନେବା କଥା ନେଇଯାଉ । ଟ୍ରକ, କାର୍‌, ପ୍ଲେନ ଲଗାଇ ସବୁ ନେତାଙ୍କୁ ଭାଜପା ନେଇଯାଉ । କିନ୍ତୁ ମିଡିଆରେ ଆସି ଭିତ୍ତିହୀନ କଥା ନ କୁହନ୍ତୁ । ବିଜେଡିର ଅନେକ ନେତା ଭାଜପା ସମ୍ପର୍କରେ ଅଛନ୍ତି ବୋଲି ଭିତିହୀନ କଥା ନକୁହନ୍ତୁ । ମୁଁ ବି କହୁଛି, ଭାଜପାର ଅନେକ ନେତା ମୋ ସହ ଯୋଗାଯୋଗରେ ଅଛନ୍ତି । ନେତାମାନେ ବ୍ୟକ୍ତିଗତ ସ୍ତରରେ ସବୁବେଳେ ଯୋଗାଯୋଗରେ ଥାଆନ୍ତି । ତା’ର ଅର୍ଥ ନୁହେଁ ନେତା ରାଜନୈତିକ ଦଳ ପରିବର୍ତ୍ତନ କରିବେ ।