ନୂଆଦିଲ୍ଲୀ,୧୧।୬: ମୋଦିଙ୍କ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଅଧିକାଂଶ ଆଖି ପଞ୍ଜାବରୁ ଆସୁଥିବା ରବଣୀତ ସିଂ ବିଟୁଙ୍କ ଉପରେ ଥିଲା। ସୂଚନାଯୋଗ୍ୟ, ନିର୍ବାଚନରେ ହାରିବା ପରେ ମଧ୍ୟ ରବଣୀତ ସିଂ ବିଟୁଙ୍କୁ ମୋଦିଙ୍କ ଦଳରେ ସାମିଲ କରାଯାଇଥିଲା। ଯଦିଓ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦଳରେ ପଞ୍ଜାବରେ ଲୋକ ସଭା ନିର୍ବାଚନରେ ହାରିଥିବା ଦୁଇ ନେତାଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି।