Posted inଫୁରସତ

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା ଏହି ଟେକ୍ନଲୋଜିର ନାମ ବ୍ଲୁ ଟୁଥ୍‌ କାହିଁକି ହେଲା? ଜାଣନ୍ତୁ ସେ ସମ୍ପର୍କରେ…

ଦେଖିବାକୁ ଗଲେ ବ୍ଲୁଟୁଥ୍‌ର ଆକ୍ଷରିକ ଅର୍ଥ ହେଉଛି ‘ନୀଳ ଦାନ୍ତ’। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ନୀଳ ଦାନ୍ତ ଆଧାରରେ ହିଁ ଏହି ଟେକ୍ନୋଲୋଜିର ନାମ ବ୍ଲୁଟୁଥ୍‌ କରାଯାଇଛି। ଏହା ପଛରେ ଅଛି ଏକ ମଜାଦାର କଥା।
ଡେନ୍‌ମାର୍କ ଓ ନରଓ୍ବେରେ ଦଶମ ଶତାବ୍ଦୀ ବେଳକୁ ହେରାଲ୍ଡ ଗୋର୍ମସନ୍‌ ନାମକ ଜଣେ ରାଜା ଥିଲେ। ଯଦିଓ ତାଙ୍କର ଏହି ଆଧୁନିକ ଟେକ୍ନୋଲୋଜି ସହ କିଛି ବି ସମ୍ପର୍କ ନାହିଁ। ତଥାପି ତାଙ୍କ ନାମାନୁସାରେ ହିଁ ବ୍ଲୁଟୁଥ୍‌ର ନାମକରଣ ହୋଇଛି। ସାରା ପୃଥିବୀରେ ବ୍ୟବହାର କରାଯାଉଥିବା ଏହି ଟେକ୍ନୋଲୋଜି ପ୍ରାୟ ୨୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ୧୯୯୬ରେ ଯେବେ ଇନ୍‌ଟେଲ, ଏରିକ୍ସନ ଓ ନୋକିଆ ମିଶି ବ୍ଲୁଟୁଥ୍‌ ଆବିଷ୍କାର କରିଥିଲେ ସେତେବେଳେ ଏହାର ନାମ ଅଫିସିଆଲି ବ୍ଲୁଟୁଥ୍‌ ରଖାଯାଇ ନ ଥିଲା। ବରଂ ଏହାର ନାମ ‘ଇଥରରେଡିଓ ଓ୍ବାୟର’ ଅବା ‘ପର୍ସନାଲ ଏରିଆ ନେଟଓ୍ବର୍କିଂ’ ରଖାଯିବାର ଥିଲା। ବ୍ଲୁଟୁଥ ଆବିଷ୍କାର କରିଥିବା ଟିମ୍‌ର ସଦସ୍ୟ ଜିମ୍‌ କାରଦାକ୍‌ କିନ୍ତୁ ଏହାର ନାମ ବ୍ଲୁଟୁଥ୍‌ ରଖିବାକୁ ପରାମର୍ଶ ଦେଇଥିଲେ। ତାଙ୍କ କହିବାନୁଯାୟୀ ଥରେ ସେ ଇତିହାସ ବହି ପଢୁଥିଲେ। ସେହି ବହିର ଏକ ଚରିତ୍ର ତାଙ୍କୁ ବହୁତ ପ୍ରେରଣାଦାୟକ ଲାଗିଥିଲା। ସେହି ଚରିତ୍ରଟି ଥିଲେ ଦଶମ ଶତାବ୍ଦୀର ଡେନମାର୍କର ରାଜା ହେରାଲ୍ଡ ବ୍ଲୁଟୁଥ ଗୋର୍ମସନ। ଏହି ରାଜା ସ୍କାଣ୍ଡିନାଭିଆନ ରାଜ୍ୟଗୁଡିକୁ ଯୋଡିବା ଲାଗି ବେଶ୍‌ ପ୍ରସିଦ୍ଧ ଥିଲେ। କାରଣ ସେ ଡେନମାର୍କର ପଡ଼ୋଶୀ ରାଜ୍ୟଗୁଡ଼ିକୁ ଯୋଡି ଗୋଟିଏ ରାଜ୍ୟରେ ଏକତ୍ରିତ କରିଥିଲେ। ବ୍ଲଟୁଥ ବି ବିଭିନ୍ନ ଡିଭାଇସ୍‌କୁ କନେକ୍ଟ କରିଥାଏ। ତେଣୁ ଏହି ଡିଭାଇସ୍‌ର ନାମକରଣ ତାଙ୍କ ନାମାନୁସାରେ ହେଉ ବୋଲି ଜିମ୍‌ କାରଦାକ ପରାମର୍ଶ ଦେଇଥିଲେ। ଏହାବାଦ କିଙ୍ଗ ହେରାଲ୍ଡଙ୍କର ଏକ ଦାନ୍ତ ନଷ୍ଟ ହୋଇ ନୀଳ ରଙ୍ଗର ହୋଇଯାଇଥିଲା। ସେଥିପାଇଁ ତାଙ୍କର ଉପନାମ ବ୍ଲଟୁଥ୍‌ ଥିଲା। ଆଉ ଏହି ଉପନାମାନୁସାରେ ହିଁ ଏହି ଡିଭାଇସ୍‌ର ନାମ ବ୍ଲଟୁଥ୍‌ ରଖାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri