Categories: ଫୁରସତ

ଜାଣନ୍ତି ସମ୍ଭାବ୍ୟ ବାତ୍ୟାର ନାଁ କାହିଁକି ରହିଛି ‘ଗୁଲାବ’

ଇସଲାମାବାଦ: ଆପଣ ଜାଣନ୍ତି ପ୍ରତ୍ୟେକ ବାତ୍ୟାର କିଛି ନା କିଛି ନାମକରଣ କରାଯାଇଥାଏ। ମାତ୍ର ମନକୁ କେବେ ପ୍ରଶ୍ନ ଆସିନି ଏହି ବାତ୍ୟାର ନାଁ କାହିଁକି ଏମିତି ରଖାଯାଇଛି। ଆଜ୍ଞା ହଁ ଏପରି ନାମକରଣ କରିବା ପଛରେ ନିଶ୍ଚିତ କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ବାତ୍ୟା ୟାସ୍‌ ପରେ ଏବେ ଯେଉଁ ବାତ୍ୟା ଆସୁଛି ତା’ର ନାଁ ‘ଗୁଲାବ’ ରଖାଯାଇଛି। ଏହାର ନାମକରଣ କରିଛି ପାକିସ୍ତାନ। ‘ଗୁଲାବ’ର ଅର୍ଥ ଗୋଲାପ ଫୁଲ। ଟ୍ରପିକାଲ ସାଇକ୍ଲୋନ୍‌ ବା ବାତ୍ୟା ନାମର ଉଚ୍ଚାରଣ ‘Gul-Aab’। ଏହି ଟ୍ରପିକାଲ ବାତ୍ୟା ନାଁ WMO/ESCAP ପ୍ୟାନେଲ ମେମ୍ବରଙ୍କ ଦ୍ୱାରା ଦିଆଯାଇଥିଲା। ୨୦୨୦ ଏପ୍ରିଲରେ ଏହି ନାମକରଣ କରାଯାଇଥିଲା। ଏହି ବାତ୍ୟା ତାଲିକାରେ ୧୩ଟି ଦେଶର ୧୩ ସଦସ୍ୟ ରହିଥିଲେ। ଏଥିରେ ୧୬୯ଟି ବାତ୍ୟାର ନାମକରଣ ହୋଇଥିଲା। ଭାରତ, ଇରାନ, ମାଳଦ୍ୱୀପ, ବାଂଲାଦେଶ, ମିଆଁମାର, ଓମାନ, ପାକିସ୍ତାନ, କତର, ସାଉଦିଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଏବଂ ୟେମେନ। ଏହିସବୁ ଦେଶର ନାମାନୁସାରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ  କରାଯାଇଥାଏ।

Share