ଅଲଗା ହେବେ ନେହା-ରୋହନପ୍ରିତ!

ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ତାଙ୍କର ୩୫ତମ ଜନ୍ମଦିନ ୬ ଜୁନରେ ଧୁମଧାମରେ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନରେ ନେହା ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟି ରଖିଥିଲେ, ଯେଉଁଥିରେ ସେ ବହୁତ ମଜା କରୁଥିବାର ଦେଖାଯାଇଥିଲା। ନେହା କକ୍କରଙ୍କ ଜନ୍ମଦିନ ପାର୍ଟିରେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ବ୍ୟତୀତ ତାଙ୍କ ପିତାମାତା, ଭାଇଭଉଣୀମାନେ ଯୋଗ ଦେଇଥିଲେ।
ଏହି ଖୁସିର ମାହୋଲରେ ଯଦି କିଛି କମଥିଲା ତାହା ହେଉଛି ନେହାଙ୍କ ସ୍ବାମୀ ରୋହନପ୍ରୀତ। ଉତ୍ସବରେ ପ୍ରଶଂସକମାନେ ରୋହନପ୍ରୀତଙ୍କ ଅନୁପସ୍ଥିତି ଅନୁଭବ କରିଥିଲେ। ରୋହନପ୍ରିତ ତାଙ୍କ ପତ୍ନୀଙ୍କୁ ସ୍ବତନ୍ତ୍ର ଅନୁଭବ କରିବା ପାଇଁ ସୁନ୍ଦର ପୋଷ୍ଟଗୁଡିକ ସେୟାର କରୁଥିଲେ। ସେ ନେହାଙ୍କୁ ତାଙ୍କ ଜନ୍ମଦିନରେ ଓ୍ବିଶ କରି ନ ଥିଲେ। ନେହା ବି ତାଙ୍କ ଜନ୍ମଦିନରେ ରୋହନପ୍ରୀତଙ୍କ ବିଷୟରେ କିଛି କହି ନ ଥିଲେ। ଏହା ପରେ ପ୍ରଶଂସକମାନେ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ବିଷୟରେ ଚିନ୍ତା କରିବା ଆରମ୍ଭ କଲେ। ନେହା କକ୍କରଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଅନେକ ପ୍ରଶଂସକ ପଚାରିଥିଲେ, ରୋହନପ୍ରୀତ କେଉଁଠାରେ ଅଛନ୍ତି ବୋଲି।
ଏଥିସହିତ ଅନେକ ସ୍ଥାନରେ ସେମାନଙ୍କ ଅଲଗା ହେବାର ଖବର ମଧ୍ୟ ଶୁଣିବାକୁ ମିଳିଛି। ଏମିତି ଖବର ପ୍ରସାରିତ ହୋଇଥିଲେ ବି ନେହା କିମ୍ବା ତାଙ୍କ ସ୍ବାମି ରୋହନପ୍ରିତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ନେହା ଏବଂ ରୋହନପ୍ରୀତ ଅକ୍ଟୋବର ୨୦୨୦ରେ ବିବାହ କରିଥିଲେ। ବିବାହର ଅଢେଇ ବର୍ଷ ପରେ, ଦମ୍ପତିଙ୍କୁ ନେଇ ଆସିଥିବା ଏପରି ଖବର ଯୋଗୁଁ ପ୍ରଶଂସକମାନେ ଟିକେ ଟେନସନ ହୋଇଯାଇଛନ୍ତି। ପ୍ରଶଂସକମାନେ ଆଶା କରୁଛନ୍ତି ଯେ ରୋହନପ୍ରୀତ-ନେହାଙ୍କ ମଧ୍ୟରେ ସବୁ ଠିକ ଅଛି ଏବଂ ଛାଡପତ୍ର ଖବର କେବଳ ଗୁଜବ। ବର୍ତ୍ତମାନ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Share