ପେଟ୍ରୋଲ-ଡିଜେଲ ଦାମ୍‌ କାହିଁକି ବଢୁଛି ୮୦ ପଇସା, ୧୫ ଦିନରେ ବଢ଼ିଲାଣି ୯ ଟଙ୍କା ୨୦…

ନୂଆଦିଲ୍ଲୀ, ୫।୪ : ଭାରତରେ ପେଟ୍ରୋଲ-ଡିଜେଲ ଦାମ୍‌ ମାର୍ଚ୍ଚ ୨୨ଠାରୁ ଏପ୍ରିଲ୍‌ ୫ ମଧ୍ୟରେ ଗତ ୧୫ ଦିନ ମଧ୍ୟରେ ୧୩ ଥର ଦାମ୍‌ ବୃଦ୍ଧି ପାଇ ମୋଟ ୯ ଟଙ୍କା ୨୦ ପଇସା ବଢ଼ିଛି। ଏହି ସମୟ ମଧ୍ୟରେ ସର୍ବାଧିକ ୧୦ ଥର ୮୦ ପଇସା ବଢ଼ିଥିବାବେଳେ ଥରେ ୫୦ ପଇସା, ଥରେ ୩୦ ଏବଂ ୪୦ ପଇସା ବୃଦ୍ଧି ପାଇଛି। ତେବେ ଦାମ୍‌ କାହିଁକି ୮୦ ପଇସା ବୃଦ୍ଧି ପାଉଛି ସେ ନେଇ ପଶ୍ନ ଉଠିବାରେ ଲାଗିଛି।

ଯେତେବେଳେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରୁଛନ୍ତି, ଦେଖାଯାଉଛି ତାହା ୮୦ ପଇସା ବୃଦ୍ଧି ପାଉଛି। ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ୮୦ ପଇସା ବୃଦ୍ଧି କରିବାର ସୂତ୍ର କ’ଣ?

ଏହି ପରିପ୍ରେକ୍ଷୀରେ, ଆଞ୍ଜେଲ କମୋଡିଟିସର ପ୍ରତିଷ୍ଠାତା ତଥା ଖଣିଜ ବିଶେଷଜ୍ଞ ଅନୁଜ ଗୁପ୍ତା କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢ଼ାଇବା ପାଇଁ ତୈଳ କମ୍ପାନୀଗୁଡ଼ିକୁ ଏକ ସର୍କୁଲାର ଆସିଥିଲା। ଯେଉଁଥିରେ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନଙ୍କର ମୂଲ୍ୟରେ ସର୍ବାଧିକ ବୃଦ୍ଧି କେବଳ ୧ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।

ଏହା ପରେ, ବହୁ ବିଚାର ବିମର୍ଷ କରିବା ପରେ, କମ୍ପାନୀଗୁଡିକ ସେମାନଙ୍କର ସ୍ତରର ସର୍ବାଧିକ ଦାମ ବୃଦ୍ଧି ସୀମା ୮୦ ପ୍ରତିଶତ ସ୍ଥିର କଲେ ଏବଂ ସେବେଠାରୁ ଦେଖାଯାଉଛି ଯେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି କେବଳ ୧ ଟଙ୍କାର ୮୦ ପ୍ରତିଶତ। ଅର୍ଥାତ୍‌ ଲିଟର ପିଛା ୮୦ ପଇସା ବୃଦ୍ଧି କରାଯାଉଛି।

Share