Posted inଜାତୀୟ

ଯାଞ୍ଚ୍‌ରେ କାହିଁକି ହେଉଛି ବିଳମ୍ବ,ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୨।୮ : ବିଭିନ୍ନ ଦୁର୍ନୀତି କ୍ଷେତ୍ରରେ ବିଳମ୍ବ ହେବାର କାରଣ ସମ୍ପର୍କରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଛନ୍ତି। ଏଭଳି ମାମଲାର ତଦନ୍ତ ସମୟରେ ସତର୍କତା ସହିତ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତଦନ୍ତରେ ବିଳମ୍ବ ନେଇ ସେ ପ୍ରଶାସନିକ ବିଭାଗ ଉପରେ ବିରକ୍ତ ହୋଇଛନ୍ତି।

ସେ ଦୁର୍ନୀତି ନିବାରଣ ଶାଖାଠାରୁ ଏକ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ମାମଲାର ରିପୋର୍ଟ ମାଗିଛନ୍ତି। ଏସବୁ ମାଲାରେ କାହିଁକି ବିଳମ୍ବ ହୋଇଛି ତାହାର କାରଣ ଦର୍ଶାଇ ଏହାର ତାଲିକା ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ ଭିଜିଲାନ୍ସ ବିଭାଗ ସହିତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଦୁର୍ନୀତି ମାମଲାର ଯାଞ୍ଚ୍‌ ଏବଂ ବିଭିନ୍ନ ଅଭିଯୋଗୁ ଗୁରୁତ୍ୱ ସହ ବିଚାର କରିବା ସହିତ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଉପରାଜ୍ୟପାଳ ସଚିବାଳୟ ବହୁଗୁଡ଼ିଏ ଦୁର୍ନୀତି ମାମଲା ୨୦୧୨ ଏବଂ ୨୦୧୭ଠାରୁ ପଡ଼ି ରହିଥିବା ଜାଣିବା ପରେ ଉପରାଜ୍ୟପାଳ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ସିମ୍ କାର୍ଡ ବଦଳାଇବେ କେନ୍ଦ୍ର ସରକାର, ଚାଇନା ଚିପସେଟ୍ ପାଲଟିଛି ଚିନ୍ତାର କାରଣ

ନୂଆଦିଲ୍ଲୀ,୮।୪: ଦେଶର ସର୍ବୋଚ୍ଚ ସାଇବର ସିକ୍ୟୁରିଟି ଏଜେନ୍ସିର ଅନୁସନ୍ଧାନ ପରେ ଚାଇନାର ମୂଳ ଚିପସେଟର ନମୁନା ମିଳିବାରୁ ଭାରତ ପୁରୁଣା ମୋବାଇଲ୍ ଫୋନ୍ ସିମ୍ ବଦଳାଇବାକୁ...

ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ ରାମ ଦରବାର

ଅଯୋଧ୍ୟା,୮।୪: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରାୟ ଦେଢ଼ ବର୍ଷ ପରେ ଏବେ ଆଉ ଏକ ପ୍ରାଣ ପ୍ରତିଷ୍ଠ...

ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର

ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ...

ଉପମୁଖ୍ୟମନ୍ତ୍ରୀଙ୍କ କନଭଏ ପାଇଁ JEE ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

ବିଶାଖାପାଟନା,୮।୪: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସୋମବାର ସକାଳେ ୨୦ ଜଣ ଛାତ୍ର ମିଳିତ ପ୍ରବେଶିକା ପରୀକ୍ଷା...

ରାଜ୍ୟ ରାଜନୀତିରେ ଝଡ଼: କାହା ହାତରେ ବିଜେଡି ଭବିଷ୍ୟତ ?

ଭୁବନେଶ୍ୱର,୮।୪: ୱାକଫ ବିଲ ଭୋଟିଂ ନେଇ ରାଜନୀତି ସରଗରମ ହୋଇଛି। ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ବେଳେ କାହା ହାତରେ ବିଜେଡି ଭବିଷ୍ୟତ ତାହାକୁ...

ନିୟମିତ ଖାଆନ୍ତୁ ଦହି ଭାତ!

ଗ୍ରୀଷ୍ମ ଋତୁରେ ଅନେକେ ଲୋକ ଦହି ଭାତ ଖାଇବାକୁ ପସନ୍ଦ କରି ଥାଆନ୍ତି। ବିଶେଷ କରି ଓଡ଼ିଆ ଘରେ ଦହି ପଖାଳର ଚାହିଦା ଟିକେ ଅଲଗା।...

ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି ପୁଟିନ, ହେଲେ ରୁଷିଆ ଦାବିର ମିଳୁନାହିଁ ଜବାବ, ଟ୍ରମ୍ପ କହିଲେ ପ୍ରଥମେ…

ମସ୍କୋ,୮।୪: ରୁଷିଆ କହିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ସପକ୍ଷରେ ଅଛନ୍ତି, କିନ୍ତୁ ରୁଷିଆ ଏ ସମ୍ପର୍କରେ ଆଶା କରାଯାଇଥିବା...

ସୌଦି ଆରବ ପ୍ରିନ୍ସଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ! ୧୮୪୦୭ ଅବୈଧ ବିଦେଶୀଙ୍କୁ ପଠାଇଲେ ଜେଲ, ଜାଣନ୍ତୁ ଭାରତର ରହିଛନ୍ତି କେତେ

ଆବୁଧାବି,୮।୪: ୨୦୨୫ ହଜ ପୂର୍ବରୁ ସୌଦି ଆରବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାରା ଦେଶରେ ଏକ ବ୍ୟାପକ ଅଭିଯାନ ଚଳାଇ, ବେଆଇନ ଭାବରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image