ଆମ ଆଖପାଖରେ ଯାହାବି ଘଟେ, ଯାହା ବି ବସ୍ତୁ ଅଛି ତା’ ମଧ୍ୟରେ କିଛି ନା କିଛି ବୈଜ୍ଞାନିକ କାରଣ ଲୁଚି ରହିଥାଏ, ଯେମିତି କି ପାଣି। ଏହା ଆମ ଦୈନନ୍ଦିନ ଜୀବନର ମହତ୍ୱପୂର୍ଣ୍ଣ ଅଂଶ ଅଟେ। ଏହା ବିନା ଜିଇଁବା ଅସମ୍ଭବ। ପୃଥିବୀରେ ୩୨୬ ମିଲିୟନ ଟ୍ରିଲିୟନ୍ ଗ୍ୟାଲନ ପାଣି ମହଜୁଦ ଅଛି। ଯାହା ମଧ୍ୟରେ ୯୭ ପ୍ରତିଶତ ପାଣି ସମୁଦ୍ରରେ ଅଛି। ତେଣୁ ଏହାକୁ ପିଇବା ଲାଗି ବ୍ୟବହାର କରିହୁଏନା। ଦୁଇ ପ୍ରତିଶତ ଜଳ ହିମବାହ ଓ ଆଇସ୍କ୍ୟାପ୍ ଭାବେ ଅଛି। ତେଣୁ କେବଳ ୧ ପ୍ରତିଶତ ଜଳ ହିଁ ପିଇବା ଯୋଗ୍ୟ। ସେହି ପାଣିକୁ ଆମେ ପିଇବା ସହ ଗାଧୋଇବା, ବାସନକୁସନ, ଲୁଗାପଟା ସଫା ଭଳି ନାନା ପ୍ରକାରର କାମରେ ବ୍ୟବହାର କରିଥାଉ। ହେଲେ କେବେ ଭାବିଛନ୍ତି ପାଣି ଓଦା କାହିଁକି? ଅର୍ଥାତ୍ ଏହା ସଂସ୍ପର୍ଶରେ ଆସିଲେ ଓଦା ଅନୁଭୂତ ହୁଏ କାହିଁକି? ଏହାର ଉତ୍ତର ହେଉଛି – ପାଣି ହାଇଡ୍ରୋଜେନ୍ର ଦୁଇଟି ପରମାଣୁ ଓ ଅକ୍ସିଜେନ୍ର ଗୋଟିଏ ପରମାଣୁ ସହ ମିଶି ତିଆରି ହୋଇଛି। ପାଣିରେ ଥିବା ଅକ୍ସିଜେନ ବା ଅମ୍ଳଜାନରେ ଆର୍ଦ୍ରତା ଥାଏ। ଏହି ଅମ୍ଳଜାନ ପାଇଁ ହିଁ ପାଣିକୁ ହାତରେ ଧରିଲେ ଓଦା ଅନୁଭୂତ ହୁଏ। କିନ୍ତୁ ପ୍ରକୃତରେ ପାଣି ଓଦା ନୁହେଁ। ବରଂ ଏହା କଠିନ ବସ୍ତୁକୁ ଓଦା କରିଥାଏ। ଆର୍ଦ୍ରତା ହେଉଛି ତରଳ ପାଣିର କଠିନ ବସ୍ତୁର ପୃଷ୍ଠଭାଗରେ ଲାଖି ରହିବାର କ୍ଷମତା। ତେଣୁ ଆମେ ଯେବେ କୌଣସି ଜିନିଷକୁ ଓଦା ବୋଲି କହୁ ତା’ର ଅର୍ଥ ହେଉଛି ତରଳ ପଦାର୍ଥ ବା ପାଣି ସେହି ବସ୍ତୁର ପୃଷ୍ଠ ଭାଗରେ ଲାଖି ରହିଛି।
Posted inHome, Home Left, ଜୀବନଚର୍ଯ୍ୟା View All
ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ
ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...
ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍
ପ୍ଲାଷ୍ଟିକ୍ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...
ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ
ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...
ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି
ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍ ହୋଇଯାଇଛି। ଏହାର ପ୍ରତିବାଦରେ...
ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…
କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍ନିକ୍ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...
ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି
ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...
ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍
ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...
ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...
Archives


