Categories: ଜାତୀୟ

କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ସିବଲ

ନୂଆଦିଲ୍ଲୀ,୧୩।୬: କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ସିବଲ ପୁଣି ଥରେ ତାଙ୍କ ଦଳର ବିବାଦ ଏବଂ ଦେଶର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସମୟରେ ଦେଶକୁ ଏକ ମଜଭୁତ ବିପକ୍ଷ ତଥା କଂଗ୍ରେସ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ଭାରତକୁ ପୁନର୍ବାର କଂଗ୍ରେସ ସରକାର ଦରକାର କିନ୍ତୁ ଦଳକୁ ଦର୍ଶାଇବାକୁ ପଡିବ ଯେ ଏହା ସକ୍ରିୟ ଏବଂ ସାର୍ଥକ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ। କଂଗ୍ରେସ ଶୀଘ୍ର ସାଂଗଠନିକ ନିର୍ବାଚନ କରିବା ଆବଶ୍ୟକ, କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ବ୍ୟାପକ ସଂସ୍କାର ଆଣିବା ଦରକାର ବୋଲି ସିବଲ କହିଛନ୍ତି। ସିବଲ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ରାଜନୈତିକ ବିକଳ୍ପ ଅଭାବ ରହିଛି। ଦେଶକୁ ଏକ ଶକ୍ତିଶାଳୀ, ବିଶ୍ୱସନୀୟ ବିରୋଧୀର ଆବଶ୍ୟକତା ରହିଛି । କଂଗ୍ରେସର ଅଭିଜ୍ଞ ଏବଂ ଯୁବକମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏକ ଜରୁରୀ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share