ଅବିବାହିତା ଥିବା ସତ୍ତ୍ୱେ ସିନ୍ଦୁର ଲଗାଉଥିଲେ ଲତା ମଙ୍ଗେସକର; ଜାଣନ୍ତୁ କାହା ପାଇଁ…

ବମ୍ବେ: ସାରା ଜୀବନ ଅବିବାହିତ ଥିଲେ ହେଁ ସିନ୍ଦୁର ଲଗାଉଥିଲେ କୋକିଳକଣ୍ଠୀ ଲତା ମଙ୍ଗେସକର। ଅନେକ ଏହା ପଛର କାରଣ ଜାଣିବାକୁ ଚାହୁଁଥିଲେ। ଏବେ ତା ଉପରୁ ଉଠିଛି ପରଦା। ବିଗତ ଦିନର ନାୟିକା ତବସ୍ସୁମ ଲତା କାହାପାଇଁ ସିନ୍ଦୁର ଲଗାଉଥିଲେ ତାହା କହିଛନ୍ତି।

ଦୀର୍ଘଦିନ ଧରି ଲତାଙ୍କ ସହ କାମ କରିଥିଲେ ତବସ୍ସୂମ। ଏହାକୁ ସେ ନିଜର ଭାଗ୍ୟ ବୋଲି ମନେ କରନ୍ତି। ନିକଟରେ ଲତାଙ୍କ ପରଲୋକ ପରେ ଶକ୍ତ ଧକ୍କା ଲାଗିଛି ତବସ୍ସୁମଙ୍କୁ। ଏକ ସାକ୍ଷାତକାରରେ ଲତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇଛନ୍ତି ସେ।

ମଜାମସ୍ତି କରିବାକୁ ଭଲ ପାଉଥିଲେ ଲତା। ଏକ ଟେଲିଭିଜନ ସାକ୍ଷାତକାରରେ ତବସ୍ସୁମ ତାଙ୍କୁ ସିନ୍ଦୁର କାହାପାଇଁ ଲଗାଉଛ ବୋଲି ପଚାରିଥିଲେ। ଜବାବରେ ଲତା ସାମାନ୍ୟ ହସି ସଙ୍ଗୀତ ନାମରେ ସିନ୍ଦୁର ଲଗାଉଥିବା କହିଥିଲେ। କାରଣ ତାଙ୍କ ପାଇଁ ତାଙ୍କ ସଙ୍ଗୀତ ସବୁକିଛି ଥିଲା।

୧୯୨୯ରେ ଜନ୍ମିତ ଲତା ବିଭିନ୍ନ ଭାରତୀୟ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଏହାକୁ ନେଇ ସାରା ବିଶ୍ୱରେ ତାଙ୍କର ରହିଛି ଖ୍ୟାତି। ପିଲାଦିନେ ସେ ବାପାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରିଥିଲେ।

Share