ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…

ବମ୍ବେ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି ଏଣ୍ଡିଂ। ହେଲେ ଏଠି କାହାଣୀ ଫିଲ୍ମର ନୁହେଁ ବରଂ ଅସଲ ଜୀବନର। ଫଳରେ ଗ୍ୟାଙ୍ଗଷ୍ଟର ବିଶ୍ନୋଇର ଧମକକୁ ନେଇ ସଲମାନ ଖାନ୍‌ଙ୍କ ସହ ପରିବାର ଉପରେ ଚିନ୍ତାର କଳାବାଦଲ ଖେଳିଯାଇଛି। ନିକଟରେ ସଲମାନଙ୍କ ବନ୍ଧୁ ବାବା ସିଦ୍ଧକିଙ୍କୁ ଗୁଳି କରି ହତ୍ୟା କରିଦିଆଯାଇଛି। ଏହି ଘଟଣା ମୁମ୍ବାଇ ପୋଲିସ ପାଇ ବିଶ୍ନୋଇ ଗ୍ୟାଙ୍ଗ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

ହାଜି ମସ୍ତାନଠାରୁ ଦାଉଦ ଇବ୍ରାହିମ ଭଳି ଗ୍ୟାଙ୍ଗଷ୍ଟରଙ୍କୁ ସାବାଡ କରିଥିବା ମୁମ୍ବାଇ ପୋଲିସ ଲରେନ୍ସର ଜାଲକୁ ଭେଦ କରିପାରୁନାହିଁ। ଜେଲରେ ଥିଲେ ହେଁ ବିଶ୍ନୋଇ ଟାର୍ଗେଟ କିଲିଂର ମାଷ୍ଟର। ପଞ୍ଜାବ ହେଉ ଅଥବା କାନାଡ଼ା, ସେ ଶାର୍ପ ସୁଟରଙ୍କ ଜରିଆରେ ଟାର୍ଗେଟ କରି ଜୀବନ ନେଇଥାଏ। ସଲମାନଙ୍କ କ୍ଷେତ୍ରରେ ଲରେନ୍ସର ବ୍ୟକ୍ତିଗତ ଶତ୍ରୁତା ରହିଛି, ଫଳରେ ବିପଦ ଅଧିକ ବୋଲି କୁହାଯାଉଛି।

ବିଖ୍ୟାତ ପଞ୍ଜାବୀ ଗାୟକ ସୁଦ୍ଧୁ ମୁସଓ୍ବୋଲାଙ୍କୁ ହତ୍ୟା ଏବଂ ସଲମାନଙ୍କ ଘର ବାହାରେ ଗୁଳିଚାଳନାରେ ଲରେନ୍ସର ହାତ ଥିବା ଜଣାପଡ଼ିଥିଲା। ଏବେ ବାବା ସିଦ୍ଧକିଙ୍କ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର ଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ପୋଲିସ ତଦନ୍ତ ଜାରି ରଖିଛି। ଏମିତିରେ ପ୍ରଶ୍ନ ଉଠୁଛି ସଲମାନଙ୍କୁ ମାରିବାକୁ ଧମକ ଦେବା ପଛରେ କଣ କାରଣ ରହିଛି।

କିଛିଦିନ ଧରି ଲରେନ୍ସ ଏବଂ ସଲମାନଙ୍କ ମଧ୍ୟରେ ବିବାଦ ଚାଲିଛି। ସଲମାନ ଶୁଟିଂ ବେଳେ କଳା ହରିଣ ମାରିବା ପରେ ଏହାର ଆରମ୍ଭ ହୋଇଥିଲା। ଗୁରୁ ଜମ୍ଭେଶ୍ୱରଙ୍କ ୨୯ ବଚନରେ ବିଶ୍ୱାସ କରୁଥିବା ବିଶ୍ନୋଇ ସମାଜର ଲୋକଙ୍କ ପାଇଁ ଏହି ହରିଣର ହତ୍ୟା ବଡ଼ ଅପରାଧ। କାରଣ ସେମାନେ କଳା ହରିଣର ସଂରକ୍ଷଣ ପାଇଁ ଖ୍ୟାତ। ଏକପ୍ରକାର ସେମାନେ ତାହାର ପୂଜା କରିଥାନ୍ତି। ଏଥିଲାଗି ସଲମାନଙ୍କ ଉପରେ ମାମଲା ଏବଂ ଜେଲ୍‌ଦଣ୍ଡ ହେବା ସତ୍ତ୍ୱେ ସମାଜ ତାଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ନୁହେଁ। ଏହାକୁ ନେଇ ଲରେନ୍ସ ସଲମାନଙ୍କୁ ସର୍ବପ୍ରଥମେ ନିଜର ଟାର୍ଗେଟରେ ନେଇଥିଲେ।

୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହେ’ ଫିଲ୍ମ ଶୁଟିଂ ବେଳେ ସଲମାନ ଶିକାର କରିବାକୁ ଯାଇଥିଲେ। ୧୯୯୮ ଡିସେମ୍ବର ୨୭-୨୮ରେ ଫୋଡ଼ା ଫାର୍ମ ହାଉସ୍‌ରେ କଳା ହରିଣର ଶିକାର କରାଯାଇଥିଲା। ଏହା ପଛରେ ସଲମାନ ଥିବା କୁହାଯାଇଥିଲା। ଅକ୍ଟୋବର ୧୨,୧୯୯୮ରେ ପ୍ରଥମ ଥର ଲାଗି ସଲମାନଙ୍କୁ ଗିରଫ କରାଯାଇଥିଲା। ୫ ଦିନ ଜେଲରେ ରହିବା ପରେ ଅକ୍ଟୋବର ୧୭ରେ ସଲମାନ ମୁକୁଳିଥିଲେ। ଏପ୍ରିଲ ୫,୨୦୧୮ରେ ମାମଲାର ଶୁଣାଣି କରି ଅଭିନେତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ଏପ୍ରିଲ ୭ରେ କିନ୍ତୁ ତାଙ୍କୁ ଜାମିନ ମିଳିଯାଇଥିଲା।

ଯିଏ ବି କଳା ହରିଣର ଶିକାର କରିଛନ୍ତି, ତାଙ୍କଠାରୁ ପ୍ରତିଶୋଧ ନିଆଯିବ ବୋଲି ଲରେନ୍ସ ବିଶ୍ନୋଇ ଧମକ ଦେଇଥିଲେ। ସିଦ୍ଧୁ ମୁସଓ୍ବୋଲାଙ୍କୁ ହତ୍ୟା କରିବା ପରେ ସେ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ସାମିଲ ହୋଇଥିଲେ। ଏହି ମାମଲାରେ ସେ ୨୦୨୨ରୁ ଜେଲରେ ଅଛନ୍ତି। ହେଲେ ସେଠାରୁ ହିଁ ସେ ଗ୍ୟାଙ୍ଗ ଚଳାଉଛନ୍ତି। ସେ ସଲମାନଙ୍କ ଘର ଉପରେ ଆକ୍ରମଣ ମଧ୍ୟ କରିଛନ୍ତି।

ଲରେନ୍ସ ଗ୍ୟାଙ୍ଗ ଜେଲରେ ଥିବା ଅପରାଧିମାନଙ୍କୁ ଦଳରେ ସାମିଲ କରିଥାନ୍ତି। ସେମାନେ ଜେଲରୁ ବାହାରକୁ ଆସି ଗ୍ୟାଙ୍ଗର ଟାର୍ଗେଟକୁ ପୂରଣ କରିଥାନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଛାତ୍ର ରାଜନୀତିରୁ ସେ ଗ୍ୟାଙ୍ଗଷ୍ଟର ଦୂନିଆରେ ପ୍ରବେଶ କରିଛନ୍ତି। ଅନେକ ଥର ତାଙ୍କୁ ଗିରଫ କରାଯାଇଥିଲେ ହେଁ ମୁସଓ୍ବୋଲାଙ୍କୁ ହତ୍ୟା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି।ଏନ୍‌ଆଇଏ ମୁତାବକ ଲରେନ୍ସ ଗ୍ୟାଙ୍ଗରେ ୭୦୦ରୁ ଅଧିକ ଶୁଟର୍‌ ଅଛନ୍ତି, ଯେଉଁଥିରୁ କେବଳ ପଞ୍ଜାବରେ ୩୦୦ ଅଛନ୍ତି। କାନାଡ଼ାରେ ଥିବା ଗୋଲ୍ଡି ବରାର ଗ୍ୟାଙ୍ଗର ଅନ୍ତର୍ଜାତୀୟ ଅପରେଶନକୁ ଠିକଣା କରୁଛନ୍ତି।

ସଲମାନ ସୁପରଷ୍ଟାର ହୋଇଥିବାରୁ ତାଙ୍କର ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ଲରେନ୍ସ ଧାର୍ମିକ କାରଣରୁ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିବା କହୁଥିବାରୁ କାହାଣୀ ବୁଢ଼ିଆଣୀ ଜାଲ ଭଳି ହୋଇଛି। ଏହି ଗ୍ୟାଙ୍ଗ ନିଜକୁ ଦେଶଭକ୍ତ ବୋଲି ଦାବି କରିଆସୁଛି। ଭଗତ ସିଂଙ୍କୁ ହିରୋ କହୁଛି। ଏଣୁ ବିଶ୍ନୋଇ ହିରୋ କି ଭିଲିୟାନ ତାହା କହିବା ମୁସ୍କିଲ ହୋଇଛି। ଆଗାମୀ ଦିନରେ ଏହି କାହାଣୀ କି ରୂପ ନେବ ତାହା ସମୟ କହିବ ବୋଲି କିଛି ପ୍ରତିକ୍ରିୟା ରଖୁଛନ୍ତି। ସଲମାନଙ୍କ ସୁରକ୍ଷା ମୁମ୍ବାଇ ପୋଲିସ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସଦୃଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ

ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ...

ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ

ଚଣ୍ଡିଗଡ଼,୧୨।୪: ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଭାବେ ଶନିବାର ନିର୍ଦ୍ୱନ୍ଦ୍ୱରେ ପୁନଃ ନିର୍ବାଚିତ ହୋଇଛନ୍ତି। ଧର୍ମୀୟ ଅସଦାଚରଣ ପାଇଁ ସେ...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ରୋଜ ଭ୍ୟାଲି ପୋଞ୍ଜି ଘୋଟଲାରେ ଫଶିଥିବା ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି, ୭୫. ଲକ୍ଷ ଲୋକଙ୍କୁ ସରକାର ଫେରାଇବେ ଟଙ୍କା

ନୂଆଦିଲ୍ଲୀ,୧୨।୪: ରୋଜ ଭ୍ୟାଲି ପୋଞ୍ଜି ଦୁର୍ନୀତିରେ ଠକେଇ ହୋଇଥିବା ଲକ୍ଷ ଲକ୍ଷ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସମ୍ପତ୍ତି...

ମୁର୍ଶିଦାବାଦ ହିଂସାରେ ୩ ଜଣଙ୍କ ମୃତ୍ୟୁ, ୧୧୦ ଗିରଫ, ହାଇକୋର୍ଟ ଗଲା ଭାଜପା

କୋଲାକାତା,୧୨।୪: ପଶ୍ଚିମବଙ୍ଗର ଅନେକ ଜିଲାରେ ୱକଫ ଆଇନ ବିରୋଧରେ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳୁଛି। ଶୁକ୍ରବାର ୱକଫ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ସମୟରେ ମୁସଲିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image