Categories: ଜାତୀୟ

କର୍ନାଟକ-ରାଜସ୍ଥାନ ଗସ୍ତ କରୁଥିବା ମୋଦି କାହିଁକି ମଣିପୁର ଯାଉ ନାହାନ୍ତି: କଂଗ୍ରେସର ପ୍ରଶ୍ନ…

ଜୟପୁର,୨୨।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଣିପୁର ପ୍ରସଙ୍ଗରେ ନୀରବ ରହିବା ନେଇ କଂଗ୍ରେସ ପ୍ରଶ୍ନ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ଜୟପୁରରେ ଗଣମାଧ୍ୟମକୁ କହିଛନ୍ତି କର୍ନାଟକ ରାଜସ୍ଥାନ ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମଣିପୁର ଯାଉ ନାହାନ୍ତି।

ଗେହଲୋଟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ରାଜସ୍ଥାନ ଏବଂ ଛତିଶଗଡର ସିଏମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ଯତ୍ନ ନେବା ଉଚିତ। ଏହା ଦ୍ୱାରା ରାଜସ୍ଥାନର ଭାବନାରେ ଆଘାତ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ବିଫଳତାକୁ ନେଇ ଜନସାଧାରଣ ଦୁଃଖିତ।

ଯଦି ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଯାଇପାରଚ ନାହାନ୍ତି ତେବେ ସେ ଏକ ବୈଠକ ଡାକି ମଣିପୁରର ପରିସ୍ଥିତିର ସମୀକ୍ଷା କରିବା ଉଚିତ। ମୁଁ ପ୍ରଥମ ଥର ଦେଖିଲି ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କର୍ନାଟକ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟ ଗସ୍ତ କରୁଛନ୍ତି, କିନ୍ତୁ ମଣିପୁର ନୁହେଁ।

ମଣିପୁରରେ ଭାଜପା ସରକାର ଅଛି। ସେଠାରେ କଂଗ୍ରେସ କ୍ଷମତାରେ ଥିଲେ ସେମାନେ କ’ଣ କହିଥାନ୍ତେ ତାହା ଚିନ୍ତା କରିବାର ବିଷୟ।

ମନ୍ତ୍ରୀ ପଦରୁ ରାଜେନ୍ଦ୍ର ସିଂ ଗୁଦ୍ଧଙ୍କୁ ବରଖାସ୍ତ କରାଯିବା ନେଇ ଅଶୋକ ଗେହଲୋଟ କହିଛନ୍ତି ଏହା ଆମ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଆମେ ନିଜ ନିଜ ଉପରେ ଏହି ବିଷୟରେ ଆଲୋଚନା କରିବୁ। ଘର କଥା ପଦାକୁ ଆସିବା ଠିକ ନୁହେଁ।

Share