Categories: ଖେଳ

ୟୁଏସ୍‌ ଓପନ କାହିଁକି ଖେଳିବେନି ନାଡାଲ

ମାଡ୍ରିଡ, ୫।୮(ଏପି)- ଡିଫେଣ୍ଡିଂ ଚାମ୍ପିୟନ ରାଫାଲ ନାଡାଲ ଆଗାମୀ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ବିଶ୍ୱବ୍ୟାପୀ ଏବେ ଜଟିଳ ପରିସ୍ଥିତି ରହିଛି। କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେ ଏପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣକୁ ଆଣିପାରି ନ ଥିବା ପ୍ରତୀୟମାନ ହୋଇଛି ବୋଲି ନିଜ ଟୁଇଟର ପୃଷ୍ଠାରେ ନାଡାଲ ଉଲ୍ଲେଖ କରିଛନ୍ତି। ଅଗଷ୍ଟ ୩୧ରୁ ନ୍ୟୁୟର୍କରେ ଆରମ୍ଭ ହେବାକୁଥିବା ଟୁର୍ନାମେଣ୍ଟରେ ଭାଗ ନେଉ ନ ଥିବା ୩୪ ବର୍ଷୀୟ ନାଡାଲ ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଏହା ପୂର୍ବରୁ ମହିଳା ବିଭାଗରେ ବିଶ୍ୱର ନମ୍ବରଓ୍ବାନ ଖେଳାଳି ଆଶଲେ ବାର୍ଟି ମଧ୍ୟ ୟୁଏସ ଓପନରେ ଭାଗ ନେବେନାହିଁ ବୋଲି ଘୋଷଣା କରି ସାରିଛନ୍ତି।

Share