Posted inଫୁରସତ

ନବଜାତ ଶିଶୁ କାନ୍ଦନ୍ତି କାହିଁକି: କ’ଣ କୁହେ ବିଜ୍ଞାନ, ପୁରାଣ…

ଅସହନୀୟ ପ୍ରସବ ଯନ୍ତ୍ରଣା ପରେ ମା’ ଜନ୍ମଦିଏ ସନ୍ତାନକୁ। ଆଉ ଯେବେ ସେ ଶୁଣେ ଶିଶୁର ପ୍ରଥମ କୁଆଁ କୁଆଁ କାନ୍ଦ ତା’ ମନରେ ଭରିଯାଏ ଅଫୁରନ୍ତ ଆନନ୍ଦ। ଭୁଲିଯାଏ ସେ ସବୁ କଷ୍ଟ ଯନ୍ତ୍ରଣାକୁ। ତେବେ ସବୁ ନବଜାତ ଶିଶୁ କାନ୍ଦନ୍ତି କାହିଁକି ସେକଥା କେବେ ଭାବିଛନ୍ତି? ଏମିତିକି ଯଦି ଶିଶୁ ନ କାନ୍ଦନ୍ତି, ଜବରଦସ୍ତ ପିଠିକୁ ଥାପୁଡ଼େଇ ଥାପୁଡ଼େଇ ଅବା ଗଳା ସଫାକରି କନ୍ଦାଯାଏ। ଆଉ ଏମିତି କାହିଁକି କରାଯାଏ ଜାଣନ୍ତୁ ସେ ସମ୍ପର୍କରେ…

ଶିଶୁ ଜନ୍ମ ହେଉ ହେଉ କାନ୍ଦିବା ତା’ର ଜୀବିତ ଓ ସୁସ୍ଥ ଥିବାର ସଙ୍କେତ ଦିଏ। ତେଣୁ ନବଜାତ ଶିଶୁ କାନ୍ଦିବା ନିହାତି ଜରୁରୀ। ଏହି କାନ୍ଦ ସେମାନଙ୍କର ସୁସ୍ଥତାକୁ ଦର୍ଶାଏ। ମା’ ଗର୍ଭରେ ନଅ ମାସ ରହିବା ପରେ ଯେବେ ଶିଶୁ ବାହାରକୁ ଆସେ ନୂଆ ଏକ ପରିବେଶରେ ଶ୍ୱାସ ନେବା କଷ୍ଟକର ହୋଇଯାଏ। ତେଣୁ ସେ କାନ୍ଦେ। ବିଶେଷଜ୍ଞଙ୍କ ମତରେ ଶିଶୁ କାନ୍ଦିବା ଦ୍ୱାରା ସେମାନଙ୍କ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଠିକ୍‌ଭାବେ କାମ କରୁଛି ବୋଲି ଜଣାପଡ଼େ। କେତେଜଣ ବିଶେଷଜ୍ଞ କହନ୍ତି, ଶିଶୁ ଦିନକୁ ୨-୩ ଘଣ୍ଟା କାନ୍ଦିବା ଜରୁରୀ।

ଚିକିତ୍ସା ବିଜ୍ଞାନ ଅନୁସାରେ, ଯେତେବେଳେ ମା’ ଗର୍ଭରେ ଶିଶୁ ଥାଏ, ସେ ଏକ ପ୍ୟାକେଟ ଭିତରେ ଥାଏ। ସେହି ପ୍ୟାକେଟ ଭିତରେ ଏକ ସ୍ବତନ୍ତ୍ର ତରଳ ପଦାର୍ଥ ଥାଏ। ଗର୍ଭ ଭିତରେ ଶିଶୁର ଫୁସ୍‌ଫୁସ୍‌ ତ ତିଆରି ହୋଇଯାଇଥାଏ, ହେଲେ କାମ କରି ନ ଥାଏ। କାରଣ ସେତେବେଳେ ଜୀବିତ ରହିବା ଲାଗି ନାକ ଅବା ପାଟିରେ ଶ୍ୱାସକ୍ରିୟା କରିବାର ଆବଶ୍ୟକତା ନ ଥାଏ। ଫଳରେ ଏହି ଲିକ୍ୱିଡ୍‌ ଶିଶୁର ଫୁସ୍‌ଫୁସ୍‌କୁ ଚାଲିଯାଏ। ଯେବେ ଶିଶୁ ଜନ୍ମହୁଏ ଗର୍ଭରେ ତାକୁ ଜୀବିତ ରଖିଥିବା ଏହି ଲିକ୍ୱିଡ ଶିଶୁର ମୃତ୍ୟୁର କାରଣ ବି ହୋଇପାରେ। ତେଣୁ ଶିଶୁ ଜନ୍ମ ହେଉହେଉ ଡାକ୍ତର ପିଲାର ଦୁଇ ଗୋଡ଼ ଧରି ଓଲଟା ଲଟକାଇ ଧରନ୍ତି। ଏଭଳି କରିବା ଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା ଲିକ୍ୱିଡ୍‌ ବାହାରିଯାଏ ଓ ଶିଶୁ ଶ୍ୱାସକ୍ରିୟ କରିବା ଆରମ୍ଭ କରି କାନ୍ଦିବା ଆରମ୍ଭ କରିଦିଏ। ଲିକ୍ୱିଡ ଫୁସ୍‌ଫୁସ୍‌ରୁ ବାହାରିଯିବା ପରେ ଫୁସ୍‌ଫୁସ୍‌ କାମ କରିବା ଆରମ୍ଭ କରିଥାଏ, ଯାହାକି ଶେଷନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ କାମ କରିଚାଲେ। ଚିକିତ୍ସା ବିଜ୍ଞାନ ଅନୁସାରେ ଫୁସ୍‌ଫୁସ୍‌ କାମ କରିବା ଲାଗି କାନ୍ଦିବା ଜରୁରୀ। ଅର୍ଥାତ୍‌ ଯଦି ଶିଶୁ ଜନ୍ମ ପରେ ଜୋର୍‌ରେ କାନ୍ଦେ ତେବେ ଜଣାଯାଏ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ। ଆଉ ଯଦି ଶିଶୁ ଧୀର ସ୍ବରରେ କାନ୍ଦେ ତାହା ଦର୍ଶାଏ ଯେ, ତା’ର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥାଇପାରେ। ଏବେ ପ୍ରଶ୍ନ ଆସେ ଶିଶୁ ହସିଲେ ବି ତ ଫୁସ୍‌ଫୁସ୍‌ କାମ କରିବା ଆରମ୍ଭ କରିବ। ତେବେ ଶିଶୁ କାନ୍ଦେ କାହିଁକି? ହସେନାହିଁ କାହିଁକି? ଏହାର ଉତ୍ତର ଏଯାଏ ମେଡିକାଲ ସାଇନ୍ସ ପାଖରେ ନାହିଁ।
ପୌରାଣିକ କଥାନୁସାରେ: ଶିଶୁ ଜନ୍ମ ହେବା ପରେ ପରେ କାନ୍ଦିବା ପଛର ପୌରାଣିକ କଥା ବି ରହିଛି। ବିଷ୍ଣୁ ପୁରାଣରେ ଏହାର ଉତ୍ତର ଉଲ୍ଲେଖ ରହିଛି। ସୃଷ୍ଟିକର୍ତ୍ତା ବ୍ରହ୍ମା ମଣିଷକୁ ନିଜ ଭଳି ଗଢ଼ିଛନ୍ତି। ସେଥିପାଇଁ ମଣିଷକୁ ତାଙ୍କର ଅଂଶ ବୋଲି କୁହାଯାଏ। ଯେବେ ବ୍ରହ୍ମା ପ୍ରଥମ ମଣିଷ ତିଆରି କରିଥିଲେ ଓ ନିଜ କୋଳରେ ରଖି ଆତ୍ମାର ସ୍ଥାନାନ୍ତରଣ କଲେ, ମଣିଷ ଉଠୁ ଉଠୁ କହିଲା -ମୁଁ କେଉଁଠି ଅଛି? ମୁଁ କେଉଁଠି ଅଛି?

ଆତ୍ମା ନିଜ ଲୋକରେ ଥିଲା। ହଠାତ୍‌ ତାକୁ ଏକ ଶରୀର ଦିଆଗଲା। ତା’ର ସ୍ଥାନରେ ପରିବର୍ତ୍ତନ ହେଲା। ଯେହେତୁ ଆତ୍ମା ସମ୍ବନ୍ଧିତ ଏହି ପ୍ରକ୍ରିୟା ନିରନ୍ତର ଚାଲିବ, ତାକୁ ବନ୍ଦ କରିହେବନି। ତେଣୁ ଆତ୍ମା ଯେପରି ନୂଆ ଶରୀର ପାଇ ଉଠୁ ଉଠୁ -ମୁଁ କେଉଁଠି ଅଛି ନ କୁହେ, ସେଥିପାଇଁ ବ୍ରହ୍ମା ଶିଶୁଙ୍କ ସ୍ବରକୁ ନିୟନ୍ତ୍ରିତ କରିଦେଲେ। ହେଲେ କୁହାଯାଏ ଏବେବି ଯଦି ଭଲରେ ଶୁଣାଯାଏ ନବଜାତ ଶିଶୁର ପ୍ରଥମ କାନ୍ଦରେ ବିଷ୍ଣୁ ପୁରାଣରେ ଉଲ୍ଲେଖ କରାଯାଇଥିବା ମୁଁ କେଉଁଠି ଅଛି? ମୁଁ କେଉଁଠି ଅଛି? ଶୁଭିବ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି

ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

କୁମ୍ଭୀର ଶୋଇରହେ କାହିଁକି

ସାଧାରଣତଃ ଯିଏ ବେଶି ଶୁଅନ୍ତି ତାକୁ ସମସ୍ତେ କୁମ୍ଭୀର ଭଳି ପଡ଼ି ରହୁଛି ବୋଲି କହନ୍ତି । କାରଣ ଅଧିକ ସମୟ ଶୋଇ ରହିବା ଲାଗି...

ପରିବାର ଲୋକ ଓ ବନ୍ଧୁଙ୍କ ପାଇଁ ଉପହାର କିଣିଥିଲି

ଲେଖକ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ଡ. କମଳା କାନ୍ତ ତ୍ରିପାଠୀ ନିଜ ପ୍ରଥମ ରୋଜଗାର...

Nag Kupa: ଏହି କୂଅରୁ ଲମ୍ବିଛି ପାତାଳଲୋକକୁ ଯିବାକୁ ରାସ୍ତା, ଶୁଭୁଛି ସାପ ଗର୍ଜନ, ଭିତରକୁ ଗଲେ ଦେଖାଯିବ…

ପାତାଳ ଲୋକ ନେଇ ପୁରାଣରେ ଅନେକ କଥା କୁହାଯାଇଛି। ଏପରିକି ଏହାକୁ ନେଇ ଅନେକ କାହାଣୀ ମଧ୍ୟ ଅଛି। ତେବେ ଭାରତରେ ଏମିତି ଏକ ସ୍ଥାନ...

Jagannath Temple Flag Story: ଶ୍ରୀମନ୍ଦର ବାନା ପ୍ରତିଦିନ କାହିଁକି ବଦଳାଯାଏ? ଜାଣି ନ ଥିବେ…

ଜଗନ୍ନାଥ ମନ୍ଦିର କେବଳ ଓଡ଼ିଶା ନୁହେଁ ସାରା ବିଶ୍ୱରେ ପରିଚିତ। ଏହି ମନ୍ଦିରରେ ସ୍ବଂୟ ଜଗନ୍ନାଥ ଅବସ୍ଥାନ କରନ୍ତି। ଏହା ଭାରତର ଚାରିଧାମ ତୀର୍ଥସ୍ଥଳ ମଧ୍ୟରୁ...

Jagannath Temple: ଜଗନ୍ନାଥ ମନ୍ଦିରକୁ ଯିବାବେଳେ ୨୨ପାହାଚର ତୃତୀୟ ସିଡିରେ କାହିଁକି ରଖନ୍ତିନି ପାଦ, ରହସ୍ୟ ଜାଣିଲେ…

ଭାରତରେ ବହୁତ ପ୍ରାଚୀନ ଏବଂ ରହସ୍ୟମୟ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ସହିତ ଜଡିତ ଅନନ୍ୟ ରହସ୍ୟ ଏବଂ ଚମତ୍କାରର ଅନେକ କାହାଣୀ ଅଛି, ଯାହା...

ନିଦରୁ ଉଠିବା ପରେ ସ୍ବପ୍ନରେ ଦେଖିଥିବା ଜିନିଷ କାହିଁକି ଭୁଲିଯାଉ? କାରଣ ଜାଣିଲେ ଚମକି ପଡିବେ

ସ୍ବପ୍ନର ଦୁନିଆ ସବୁବେଳେ ରହସ୍ୟରେ ପରିପୂର୍ଣ୍ଣ। ଏହା ଉପରେ ବହୁ ବୈଜ୍ଞାନିକ ଗବେଷଣା କରିଛନ୍ତି ଅନେକ ଭିନ୍ନ ଭିନ୍ନ ଯୁକ୍ତି ଦେଇଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ସ୍ବପ୍ନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image