Categories: ଖେଳ

ଆଇପିଏଲ୍‌ ଭେନ୍ୟୁକୁ ନେଇ ଅସନ୍ତୁଷ୍ଟ ପଞ୍ଜାବ କିଙ୍ଗ୍ସ: ବିସିସିଆଇକୁ ଫ୍ରାଞ୍ଚାଇଜ୍‌ ସିଇଓ ପଚାରିଲେ…

ନୂଆଦିଲ୍ଲୀ,୨।୩: ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଆଗାମୀ ଆଇପିଏଲ୍‌ ପାଇଁ ନିଜର ରଣନୀତି ଉପରେ ପୁନଃବିଚାର କରାଯାଉଛି। କିଛି ରିପୋର୍ଟରେ ଆଇପିଏଲ୍‌ର ଆୟୋଜନ ଦେଶର ୬ ସହର, ଚେନ୍ନାଇ, ଅହମ୍ମଦାବାଦ, କୋଲକାତା, ମୁମ୍ବାଇ, ଦିଲ୍ଲୀ ଏବଂ ବାଙ୍ଗାଲୋରରେ ହେବ ବୋଲି ଦାବି କରାଯାଇଥିଲା। ହେଲେ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇକୁ ତାଲିକାରୁ ବାଦ୍‌ କରାଯାଇପାରେ। ଅପରପକ୍ଷେ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ୍‌ ଆଇପିଏଲ୍‌ ଭେନ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଫ୍ରାଞ୍ଚାଇଜ୍‌ର ସିଇଓ ସତିଶ ମେନନ ପଞ୍ଜାବକୁ ଅଣଦେଖା କରାଯାଇଥିବାକୁ ନେଇ ଦୁଃଖି ଅଛନ୍ତି। ଆଇପିଏଲ୍‌ର ୧୪ ସିଜନ୍‌ରେ ପଞ୍ଜାବର ଘରୋଇ ମଇଦାନରେ ମ୍ୟାଚ୍‌ ଖେଳିବାକୁ କାହିଁକି ଅନୁମତି ଦିଆଯାଉନାହିଁ ବୋଲି ସେ ବିସିସିଆଇକୁ ପ୍ରଶ୍ନ କରିଛନ୍ତି।

Share