Categories: ଜାତୀୟ

ପାଞ୍ଚ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ କାହିଁକି ପ୍ରବାସୀ ଭାରତୀୟମାନେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ,୨ ।୩: ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମାର୍ଚ୍ଚ ଓ ଏପ୍ରିଲରେ ୫ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ସୁଯୋଗ ମିଳିବ ନାହିଁ । ଭାରତୀୟ ମତଦାତାଙ୍କୁ ଇଲୋକ୍ଟ୍ରନିକ ଟ୍ରାନ୍ସମିଟେଡ ପୋଷ୍ଟାଲ ବାଲାଟ ସିଷ୍ଟମର ସୁବିଧା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚରେ ଭୋଟ ଦେବାର ସୁଯୋଗ ଦିଆଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋଡା କହିଛନ୍ତି । ସରକାର ଚାହୁଁଛନ୍ତି ନିର୍ବାଚନ କମିଶନ ସୁଯୋଗ ଦେବା ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ପରାମର୍ଶ କରନ୍ତୁ । ଯେତେବେଳେ ପ୍ରଶ୍ନ ଉଠିଥିଲା କି ପ୍ରବାସୀ ଭାରତୀୟମାନେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟ ଦେଇ ପାରିବେ କି ନା ସେତେବେଳେ ମୁଖ୍ୟ ନିର୍ବାଚନ କମିଶନ କିଛି ସ୍ପଷ୍ଟ କରି ନ ଥିଲେ । ଆରୋଡା କହିଥିଲେ ନିର୍ବାଚନ କମିଶନ ଏହାର ଏକ ରାସ୍ତା ବାହାର କରିବା ପାଇଁ ଦେଢ ମାସ ପୂର୍ବରୁ ଆଇନ ମନ୍ତ୍ରଣାଳୟକୁ ଏକ ସମ୍ବେଦନଶୀଳ ଓ ସକରାତ୍ମକ ନୋଟ ଦେଇଥିଲେ । ଆଇନ ମନ୍ତ୍ରଣାଳୟ ଏହାକୁ ବୈଦେଶିକ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ । ସେ ଏ ସମ୍ପର୍କରେ ବୈଦେଶିକ ସଚିବଙ୍କ ସହ କଥା ବି ହୋଇଥିଲେ । ସେ କହିଥିଲେ ଏହାକୁ ନେଇ ଏକ ସ୍ୱତନ୍ତ୍ର ବୈଠକର ଆବଶ୍ୟକତା ରହିଛି ଯାହା ଏକ ମାସ ମଧ୍ୟରେ ହୋଇପାରେ ।

Share