Categories: ଜାତୀୟ

ଘର ଲୋକ ବି ଦେଲେନି ଭୋଟ

ନୂଆଦିଲ୍ଲୀ,୧୨।୧୦: ସ୍ଥାନୀୟ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ ଜଣେ ଭାଜପା କର୍ମକର୍ତ୍ତା। କୌତୁହଳର କଥା ହେଲା, ତାଙ୍କ ପରିବାରରେ ୫ ସଦସ୍ୟ ଥିବା ବେଳେ ତାଙ୍କୁ ମାତ୍ର ଗୋଟିଏ ଭୋଟ ମିଳିଛି। ଏଥି ଲାଗି ଟୁଇଟରରେ ଟ୍ରେଣ୍ଡ କରୁଛି #ସିଙ୍ଗଲ_ଭୋଟ_ଭାଜପା।

ଡି. କାର୍ତ୍ତିକ ତାମିଲନାଡୁର କୋଏମ୍ବାଟୁର ଜିଲାରେ ପେରିୟାନାଇକେପଲାୟମ ପଞ୍ଚାୟତର ଓ୍ବାର୍ଡ ମେମ୍ବର ନିର୍ବାଚନରେ ଛିଡ଼ା ହୋଇଥିଲେ। ନିର୍ବାଚନରେ ଏଭଳି ଫଳାଫଳ ଉପରେ ଭାଜପାର ଯୁବ ଶାଖାର ଜିଲା ଉପ ସଭାପତି ପଦରେ ଥିବା କାର୍ତ୍ତିକ କହିଛନ୍ତି, ମୁଁ ଭାଜପା ପାଇଁ ଛିଡ଼ା ହୋଇ ନ ଥିଲି। ମୁଁ ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ କାର ଚିହ୍ନରେ ଛିଡ଼ା ହୋଇଥିଲି। ମୋ ପରିବାର ୪ ସଦସ୍ୟ। ସେମାନେ ପଞ୍ଚାୟତର ୪ ନଂ ଓ୍ବାର୍ଡରେ ଭୋଟ ଦେଇଛନ୍ତି। ପ୍ରତିଦ୍ୱନ୍ଦ୍ୱିତା କରିଥିବା ୯ ନଂ ଓ୍ବାର୍ଡରେ ମୋର ମଧ୍ୟ ଭୋଟ ଦେବାର ଅଧିକାର ନ ଥିଲା। ଆଉ ମୋତେ ସୋସିଆଲ ମିଡିଆରେ ମିଛରେ ଟ୍ରୋଲ କରାଯାଉଛି। ଉଲ୍ଲେଖଯୋଗ୍ୟ, ଚଳିତ ୬ ଓ ୯ ତାରିଖରେ ରାଜ୍ୟର ସମସ୍ତ ଓ୍ବାର୍ଡ ମେମ୍ବରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Share