Posted inଖେଳ

ରୋହିତଙ୍କ ସ୍ଥାନରେ କାହିଁକି ପାଣ୍ଡ୍ୟାଙ୍କୁ ଦିଆଗଲା ଅଧିନାୟକ ପଦ: ଏହା ପଛର କାରଣ କହିଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୧୭।୧୨: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ରୋହିତ ଶର୍ମାଙ୍କ ଶେଷ ସିଜନ ହୋଇପାରେ। କାରଣ ଫ୍ରାଞ୍ଚାଇଜ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଏହି ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ଏହି ନିଷ୍ପତ୍ତି ବିରୋଧରେ ପ୍ରତିକ୍ରିୟା ପ୍ରକାଶ ରଖିଛନ୍ତି। ପୂର୍ବତନ କ୍ରିକେଟର୍‌ ଏବି ଡି ଭିଲିୟର୍ସ ମଧ୍ୟ ଏହା ଉପରେ ନିଜର ମତ ଦେଇଛନ୍ତି। ଭବିଷ୍ୟତ ପାଇଁ ଦଳ ପ୍ରସ୍ତୁତ କରିବାର ଚିନ୍ତା ଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ନିଷ୍ପତ୍ତି ନେଇଥିବା ଏବି ଡି ଭିଲିୟର୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।
ମୁଁ ଭାବୁଛି ଅନେକ ଲୋକ ଏହାକୁ ନେଇ ଖୁସି ଅଛନ୍ତି, କିନ୍ତୁ ଅନେକ ଲୋକ ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଁ ଏକ ପୋଷ୍ଟ ପଢିଥିଲି ଯେଉଁଥିରେ କୁହାଯାଇଛି ଯେ ସୋସିଆଲ ପ୍ଲାଟଫର୍ମରେ ମୁମ୍ବାଇ ଇଣ୍ଡିଆନ୍ସ ୧ ମିଲିୟନ ଫଲୋଅର୍ସଙ୍କୁ ହରାଇଛି। ମୁଁ ନିଶ୍ଚିତ ନୁହେଁ ଯେ ଏହା ସତ କି ନା? କେତେ ନ୍ୟାୟଯୁକ୍ତ, କିନ୍ତୁ ନିଶ୍ଚିତ ଭାବରେ କିଛି ଲୋକ ଏହାକୁ ବ୍ୟକ୍ତିଗତ ଭାବେ ଗ୍ରହଣ କରିଥିଲେ କାରଣ ହାର୍ଦ୍ଦିକଙ୍କୁ ଦଳର ଅଧିନାୟକ ଭାବରେ ସ୍ଥାନ ଦେବା ପାଇଁ ରୋହିତଙ୍କୁ ବାଦ୍‌ ଦିଆଯାଇଛି।
ଏବି ଆହୁରି କହିଛନ୍ତି, ମୁଁ ଭାବୁନାହିଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଏକ ଭୁଲ ପଦକ୍ଷେପ, ଏହା ଏକ ନୂଆ ନିଷ୍ପତ୍ତି। ଗତ କିଛି ବର୍ଷ ମଧ୍ୟରେ ରୋହିତ ବହୁତ ବଡ ସଫଳତା ହାସଲ କରିଛନ୍ତି, ଅନେକ ଟ୍ରଫି ଜିତିଛନ୍ତି। ବୋଧହୁଏ ଭାରତ ପାଇଁ ଅଧିନାୟକ ହେବା କାରଣ ସେଠାରେ ଅଛି। ରୋହିତଙ୍କ ଉପରେ ବହୁତ ଚାପ। ବୋଧହୁଏ ସେ କିଛି ଚାପ ଦୂର କରିବାକୁ ଏବଂ ଭାରତୀୟ ଦଳ ବିଷୟରେ ଅଧିକ ଚିନ୍ତା କରିବାର ସୁଯୋଗ ପାଇବେ ଏବଂ ସେ ନିଜର ଖେଳକୁ ଅଧିକ ଉପଭୋଗ କରିବାକୁ ସମର୍ଥ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଦିନ ମେଗା ନିଲାମରେ ଏହି ୩ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ସମସ୍ତ ୧୦ଟି ଦଳ ପ୍ରଥମ ଦିନରେ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି କାରଣରୁ ଦ୍ୱିତୀୟ ଦିନରେ...

”ଲାଗୁଛି ବହୁତ ଟଙ୍କା ଦେଇଦେଲି”, ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣି ମନଦୁଃଖ କଲେ ଲକ୍ଷ୍ନୌ ମାଲିକ

ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ...

ଭୁବନେଶ୍ୱରଙ୍କୁ କିଣିବା ପାଇଁ ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ଟଣାଓଟରା: କିନ୍ତୁ, ବାଜି ମାରିନେଲା ଏହି ଟିମ୍‌

ନୂଆଦିଲ୍ଲୀ,୨୫।୧୧: ଭୁବନେଶ୍ୱର କୁମାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଛନ୍ତି। ଆଇସିପି ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆରସିବି ଭୁଭିଙ୍କୁ ମୂଳ ମୂଲ୍ୟଠାରୁ ବହୁ...

ମେଗା ନିଲାମରେ ପ୍ରଥମଥର ବିକ୍ରି ହେଲେନି ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୫।୧୧:ଆଇପିଏଲ୍‌ ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଅଜିଙ୍କେ ରାହାନେ ଏବଂ କେନ ଉଇଲିମସନଙ୍କ ଭଳି ଅନେକ ଷ୍ଟାର ଖେଳାଳି...

ଆକ୍ସନ ମୋଡ୍‌ରେ ରୋହିତ ଶର୍ମା: ଅଷ୍ଟ୍ରେଲିଆରେ ପହଞ୍ଚି…

ପର୍ଥ,୨୫।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ରୋହିତ...

ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ...

ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ସାଉଦି ଆରବର ଜେଦାହ ସହରରେ ଚାଲିଛି। ୨୪ ଏବଂ ୨୫ ନଭେମ୍ବରରେ ଦୁଇ ଦିନ ଧରି ଏହି ନିଲାମ...

ପ୍ରତିଶୋଧ ନେଲା ଭାରତ: ୧୩୬ ବର୍ଷର ରେକର୍ଡ ଭାଙ୍ଗିଲା

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ସମସ୍ତଙ୍କ ଆଶାଠାରୁ ଅତିକ୍ରମ କରି ପର୍ଥରେ ଟିମ ଇଣ୍ଡିଆ ଚମତ୍କାର କରିଛି। ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri