Categories: ଜାତୀୟ

ରାମଙ୍କ ପୂର୍ବରୁ ହନୁମାନ ଜୀଙ୍କ ଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ। ରାମଲଲାଙ୍କ ଦର୍ଶନ ପୂର୍ବରୁ ସେ ହନୁମାନଗଢୀ ଯିବେ। ଏହା ପୂର୍ବରୁ ପରମ୍ପରା ରହିଛି। ଯାହାକୁ ପାଳନ କରିବେ ମୋଦି। ହନୁମାନଗଢୀ ପ୍ରଭୁ ହନୁମାନଙ୍କ ଘର। ଏହା ଅଯୋଧ୍ୟାର ପ୍ରମୁଖ ଏବଂ ପ୍ରସିଦ୍ଧ ହନୁମାନ ମନ୍ଦିର।ସେଠାରେ ୬ ଇଞ୍ଚ୍‌ ବାଲ୍‌ ହନୁମାନଙ୍କ ପ୍ରତିମୂର୍ତ୍ତି ଅଛି। ହନୁମାନଗରୀ ଏକ କୁଦ ଉପରେ ଅବସ୍ଥିତ। ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୭୬ଟି ପାହାଚ ଚଢିବାକୁ ପଡିବ। ମୁଖ୍ୟ ମନ୍ଦିରରେ ବାଲ ହନୁମାନଙ୍କ ସହିତ ତାଙ୍କ ମା ଅଞ୍ଜନୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ମନ୍ଦିରର କାନ୍ଥରେ ହନୁମାନ ଚାଳିସା ଅଙ୍କିତ ହୋଇଛି।

Share