ରାଜନେତାମାନେ କାହିଁକି ପିନ୍ଧିଥା’ନ୍ତି ଧଳା ପୋଷାକ, ଭାରତୀୟ ରାଜନୀତିରେ କ’ଣ ରହିଛି ଏହାର ଗୁରୁତ୍ୱ?

ନୂଆଦିଲ୍ଲୀ,୨୯।୮: ଆଜି ଦେଶରେ ଅନେକ ରାଜନୈତିକ ଦଳ ଅଛନ୍ତି। ଦେଶରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ଭିନ୍ନ ନାମ, ପ୍ରତୀକ ଏବଂ ପାର୍ଟିର ସମ୍ବିଧାନ ଅଲଗା ଅଲଗା ରହିଛି। କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି କି ସବୁ ଜିନିେ ଭିନ୍ନ ପରେ ବି ଭାରତର ଅଧିକାଂଶ ନେତା କେବଳ ଧଳା ପୋଷାକ ପିନ୍ଧନ୍ତି। କେବଳ ଏତିକି ନୁହେଁ ଦେଶର ରାଜନେତାମାନେ ଏହି ଧଳା ପୋଷାକରେ ସବୁଆଡେ ଯିବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ପଛର କାରଣ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା…

ସଂସଦ ଠାରୁ ଆରମ୍ଭ କରି ରାଜାରାସ୍ତା ପର୍ଯ୍ୟନ୍ତ ପ୍ରତି ଦଳର ନେତାଙ୍କ ମଧ୍ୟରେ ଆରେପ-ପ୍ରତ୍ୟାରୋପ ଜାରି ରହିଛି। କିନ୍ତୁ ସମସ୍ତଙ୍କ ମଧ୍ୟରେ ଗୋଟିଏ ସମାନତା ରହିଛି। ତାହା ହେଉଛି ବେଶଭୂଷା। ଆମ ଦେଶର ନେତାମାନେ ସବୁଠି ଧଳାକୂର୍ତ୍ତା ପାଇଜାମାରେ ଦେଖାଯାନ୍ତି। କିନ୍ତୁ ଏହା ପଛର କାରଣ ବହୁତ କମ ଲୋକ ଜାଣନ୍ତି ।

ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଶୋକଦିବସ ସମୟରେ ଲୋକମାନେ ପ୍ରାୟତ ଧଳା ରଙ୍ଗର ପୋଷାକ ପିନ୍ଧନ୍ତ। ତେବେ ରାଜନେତାମାନେ କାହିଁକି ସବୁବେଳେ ଧଳା ପୋଷାକ ପିନ୍ଧନ୍ତି? ଏହି ଧଳା ପୋଷାକ ପିନ୍ଧିବା ଏବେର ଘଟଣା ନୁହେଁ ଏହା ବହୁତ ପୁରୁଣା।

ରାଜନେତାଙ୍କ ଧଳା ପୋଷାକ ପିନ୍ଧିବା ଭାରତର ସ୍ବାଧୀନତା ସଂଗ୍ରାମରୁ ଆସିଛି। ଯେତେବେଳେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ସ୍ବଦେଶୀ ନାରା ଦେଇଥିଲେ, ଲୋକମାନେ ବିଦେଶୀ ପୋଷାକ ଏକାଠି କରି ନିଆଁ ଲଗାଇ ଦେଇଥିଲେ।

ଏହା ପରେ ଗାନ୍ଧୀ ଭାରତୀୟଙ୍କୁ ଚରଖାରୁ ନିର୍ମିତ ଖଦି ପୋଷାକ ପିନ୍ଧିବାକୁ ପ୍ରେରଣା ଦେଇଥିଲେ। ଗାନ୍ଧିଜୀ ଏହାକୁ ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବରେ ଦେଖିଥିଲେ। ସେତେବେଳେ ଖଦିରେ ତିଆରି ପୋଷାକ ପ୍ରାୟତଃ ଧଳା ରଙ୍ଗର ଥିଲା। ସେହି ଦିନଠାରୁ, ସ୍ବାଧୀନତା ସଂଗ୍ରାମକୁ ସମର୍ଥନ କରୁଥିବା ସମସ୍ତ ନେତା ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ଆଉ ଧୀରେ ଧୀରେ ଧଳା ରଙ୍ଗ ରାଜନେତାଙ୍କ ବେଶଭୂଷାର ଅଂଶ ପାଲଟିଗଲା। ସେବେଠାରୁ ରାଜନୀତି ଏବଂ ସାମାଜିକ ସେବା ସହିତ ଜଡିତ ଲୋକମାନେ ଧଳା ପୋଷାକ ପିନ୍ଧିବା ଆରମ୍ଭ କଲେ। କାରଣ ଏହି ରଙ୍ଗ ସରଳତାର ପ୍ରତୀକ।

ଜୀବନରେ ପ୍ରତ୍ୟେକ ରଙ୍ଗର ନିଜସ୍ବ ଗୁରୁତ୍ୱ ରହିଛି। ପ୍ରତ୍ୟେକ ରଙ୍ଗ ଏକ ନିର୍ଦ୍ଦିଷ୍ଟ ଗୁଣ ସହିତ ଜଡିତ। ସେହିଭଳି ଧଳା ରଙ୍ଗ ଶାନ୍ତି, ଶୁଦ୍ଧତା ଏବଂ ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରିୟଜନଙ୍କ ମୃତ୍ୟୁ ହେଲେ ଲୋକମାନେ ଧଳା ପୋଷାକ ପିନ୍ଧନ୍ତି। ଧଳା ରଙ୍ଗ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। କିନ୍ତୁ ଆମ ଦେଶରେ ବିଭିନ୍ନ ଧର୍ମ ଅନୁଯାୟୀ ଧଳା ରଙ୍ଗ ପିନ୍ଧାଯାଏ।

Share