ନୂଆଦିଲ୍ଲୀ,୯।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗଲାଣି। ହେଲେ ଏହାର ଭୂମିପୁଜାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନ ଡାକିବାକୁ ନେଇ ଆରମ୍ଭ ହେଲାଣି ରାଜନୀତି। ଏହାକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ଭୂମିପୂଜାଙ୍କୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଏକ ଅପମାନ। ଶ୍ରୀ ସିଂ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି କାହିଁକି ରାଷ୍ଟ୍ରପତିଙ୍କୁ ଭୂମିପୂଜାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଭାରତୀୟ ଜନତା ପାର୍ଟି(ଭାଜପା) ଭୋଟ ବ୍ୟାଙ୍କ ପାଇଁ ଦଳିତଙ୍କୁ ଦେଶର ରାଷ୍ଟ୍ରପତି କରିପାରେ ହେଲେ ନିଜର ମାନସିକତା ପାଇଁ ସେ ଦଳିତଙ୍କ ସହ ଭୂମିପୂଜା କରିପାରିଲା ନାହିଁ। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି ଯଦି ରାଷ୍ଟ୍ରପତିଙ୍କୁ ଭୂମିପୂଜାକୁ ନିମନ୍ତ୍ରଣ କରାଯାଇଥାଆନ୍ତା ତେବେ ଏହା ଦେଶବାସୀଙ୍କ ପାଇଁ ଭଲ ବାର୍ତ୍ତା ଦେଇଥାଆନ୍ତା।