ରୋଗ ନୁହେଁ, ଏହି କାରଣ ପାଇଁ ରାକେଶ ରୋଶନଙ୍କ ମୁଣ୍ଡରେ ନାହିଁ କେଶ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍‌ର ଏହି ନାଁ କରା ନିର୍ଦ୍ଦେଶକ ପ୍ରଥମରୁ ସଫଳତା ପାଇବା ପରେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରଥମେ ସେ ଅଭିନେତା ଭାବେ ବଡ ପରଦାରେ ଦେଖା ଦେଇଥିଲେ ବି ନିର୍ଦ୍ଦେଶକ ହେବା ପରେ ସେ ଆଉ ଅଭିନୟ ଆଡେ ମନ ବଳାଇ ନାହାନ୍ତି ବୋଲି କୁହାଯାଏ । ମୁଭି ‘ଖୁଦଗର୍ଜ’ ମାଧ୍ୟମରେ ରାକେଶ ତାଙ୍କ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ । ଆଉ ଏହି ସମୟରେ ସେ ତିରୁପତି ବାଲାଜୀଙ୍କ ନିକଟରେ ମନାସିଥିଲେ ଯଦି ତାଙ୍କ ମୁଭି ସୁପରହିଟ୍ ହେବ ତେବେ ସେ ତିରୁପତି ବାଲାଜିଙ୍କ ନିକଟରେ ତାଙ୍କର କେଶ ଦାନ କରିବେ । ତାହାହିଁ ହେଲା ମୁଭି ହେଲା ସୁପର ହିଟ୍ । ହେଲେ କେଶ ଦାନ କରିବା କଥା ଏକବାରେ ଭୁଲିଯାଇଥିଲେ ରାକେଶ । କିନ୍ତୁ ରାକେଶଙ୍କ ପତ୍ନୀ ପିଙ୍କି ତାଙ୍କୁ ଏକଥା ମନେ ପକାଇ ଦେବା ପରେ ସେ ସେଠାରେ ଯାଇ ଲଣ୍ଡା ହେବା ସହ ଆଉ ମୁଣ୍ଡରେ କେବେ ବାଳ ରଖିବେ ନାହିଁ ବୋଲି ପଣ କରିଥିଲେ । ଆଉ ଆଜି ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଲଣ୍ଡା ବା ଚନ୍ଦା ଭାବେ ଦେଖି ଆସୁଛନ୍ତି । ତେବେ ତିରୁପତି ବାଲାଜିଙ୍କ ଆଶୀର୍ବାଦରୁ ବୋଧହୁଏ ସେ ବଲିଉଡ୍‌ର ଜଣେ ଆଗଧାଡିର ନିର୍ଦ୍ଦେଶକ ତାଲିକାରେ ରହିଛନ୍ତି ।

Share