ନୂଆଦିଲ୍ଲୀ,୧୦।୧: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି ରବିନ୍ଦ୍ର ଜାଡେଜା। ତେବେ ସେ ‘ସାର୍ ଜାଡେଜା’ନାମରେ ମଧ୍ୟ ଜଣାଶୁଣା। ଏହା ପଛର କାହାଣୀ ବେଶ ମଜାଦାର।
ଆଇପିଏଲ୍ ୨୦୧୩ ସମୟରେ ଏମ୍ ଏସ୍ ଧୋନୀ ଜାଡେଜାଙ୍କୁ ନେଇ କିଛି ଟୁଇଟ କରିଥିଲେ। ସେଥିରୁ ଗୋଟିଏ ଟୁଇଟ୍ରେ ସେ ଲେଖିଥିଲେ ଯେ ‘ସାର୍ ଜାଡେଜା କ୍ୟାଚ୍ ଧରିବାକୁ ବଲ୍ ପାଖକୁ ଦୌଡ଼ନ୍ତି ନାହିଁ, ବରଂ ବଲ୍ ସ୍ବତଃପ୍ରବୃତ୍ତ ଭାବେ ତାଙ୍କୁ ଖୋଜି ନିଏ’। ଆଉ ଗୋଟିଏ ଟୁଇଟ୍ରେ ଧୋନୀ ଲେଖିଥିଲେ, ‘ସାର୍ ଜାଡେଜା ଯେତେବେଳେ ଜିପ୍ ଚଳାଇଥାନ୍ତି, ସେତେବେଳେ ଜିପ୍ ଛିଡ଼ା ହୋଇଥାଏ ମାତ୍ର ରାସ୍ତା ଆପେ ଆପେ ଚାଲିଥାଏ’। ସେହିଭଳି ଅନ୍ୟ ଏକ ଟୁଇଟ୍ରେ ଧୋନୀ ଲେଖିଥିଲେ ‘ଭଗବାନଙ୍କୁ ଲାଗିଲା କି ରଜନୀକାନ୍ତ ବୁଢ଼ା ହୋଇଗଲେଣି, ଏଥିପାଇଁ ସେ ସାର୍ ଜାଡେଜାଙ୍କୁ ତିଆରି କରିଦେଲେ। ’
ଏହାପରଠାରୁ ଜାଡେଜାଙ୍କୁ ‘ସାର୍’ ବୋଲି ଉପାଧି ସବୁଦିନ ଲାଗି ମିଳିଯାଇଥିଲା।